Latest Odisha News

BREAKING NEWS

ସହରରେ ବନ୍ୟା ପରେ ବେଙ୍ଗାଲୁରରୁ ହଟିବ ସମସ୍ତ ଜବରଦଖଲ

ବେଙ୍ଗାଲୁର: ଲଗାଣ ବର୍ଷା ପରେ ବେଙ୍ଗାଲୁର ସହରରେ ବନ୍ୟାକୁ ନେଇ ଚାରିଆଡୁ ସମାଲୋଚନା ହେବା ପରେ ଏବେ ଚେତିଛନ୍ତି କର୍ଣ୍ଣାଟକ ସରକାର । ସହରର ଯେଉଁସ୍ଥାନମାନଙ୍କରେ ଲୋକମାନେ ଜବରଦଖଲ କରିଥିଲେ ଏବେ ସେ ସ୍ଥାନ ଭଙ୍ଗାଯିବ ବୋଲି ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ । ଆଜି ସହରର ମହାଦେବପୁରା ଅଂଚଳରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହି ଜବରଦଖଲ ପ୍ରକ୍ରିୟା ସହରର 10ଟି ସ୍ଥାନରେ ପ୍ରଥମେ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଯେଉଁ ଯେଉଁ ସ୍ଥାନମାନଙ୍କରେ ଡ୍ରେନ ବା ନାଳକୁ ଜବରଦଖଲ କରାଯାଇଛି । ସେସବୁ ସ୍ଥାନରୁ ଜବରଦଖଲ ହଟାଯିବାକୁ ସ୍ଥାନ ଚିହ୍ନଟ ହୋଇଛି । ଲୋକେ ଆନ୍ଦୋଳନ କଲେ ମଧ୍ୟ ଆଇନ ଅନୁଯାୟୀ ଜବରଦଖଲ ହଟାଯିବ ବୋଲି ସେ କହିଛନ୍ତି ।

ଲଗାଣ ବର୍ଷାରେ ବେଙ୍ଗାଲୁର ସହରରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏସବୁ ଭିଡିଓ ଭାଇରାଲ ହେବାରେ ଲାଗିଥିଲା  । ଲୋକେ ସହରରେ ଡଙ୍ଗାରେ ବସି ଯିବା ଆସିବା କରିବାର ଭିଡିଓ କୁ ନେଇ ବିରୋଧୀମାନେ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ ।  ସହରରେ ଅତି କମରେ 10 ଟି ସ୍ଥାନ ଚିହ୍ନଟ ହୋଇଛି ଯେଉଁସ୍ଥାନମାନଙ୍କରେ  ବର୍ଷା ଜଳ ପ୍ରବାହକୁ ଅବରୋଧ କରାଯାଇଛି।

ଜବରଦଖଲ ହିଁ  ବର୍ଷା ପରେ ବେଙ୍ଗାଲୁରୁରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ମୁଖ୍ୟ କାରଣ ବୋଲି କର୍ଣ୍ଣାଟକ ସରକାର ସଫେଇ ଦେଇଛନ୍ତି ।  ଡ୍ରେନ୍ ଉପରେ ଘର କରି ଜବରଦଖଲ କରାଯାଇଥିବାରୁ ବର୍ଷା ପାଣି ଯାଇପାରୁନାହିଁ । ଡ୍ରେନ ଉପରେ ଉଠାଦୋକାନୀମାନେ ବ୍ୟବସାୟ କରୁଥିବାରୁ କାହା ପ୍ରତି  ପକ୍ଷପାତିତା ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବମ୍ମାଇ କହିଛନ୍ତି। ସେ କହିଛନ୍ତି, “ମୁଁ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ଯେ, ଯେଉଁ ସ୍ଥାନରେ ବର୍ଷା ଜଳ ନିଷ୍କାସନ ଉପରେ ଜବରଦଖଲ ହୋଇ କିଛି ବି  ନିର୍ମାଣ ହୋଇଛି  ଏବଂ ବର୍ଷା ଜଳ ପ୍ରବାହରେ ବାଧା ସୃଷ୍ଟି କରୁଛି, ସେସବୁ ହଟାଯିବା ଉଚିତ । ତେବେ ବେଙ୍ଗାଲୁର ଭଳି ସହରରେ ଜବରଦଖଲ ଉଚ୍ଛେଦ ହୋଇପାରୁଛି ନା ନାହିଁ ତାହା ସମସ୍ତଙ୍କ ପାଇଁ ବଡ଼ ପ୍ରଶ୍ନ ହୋଇ ରହିଛି । କାରଣ ଜବରଦଖଲ ଉଚ୍ଛେଦବେଳେ ଲୋକେ ପ୍ରବଳ ବିରୋଧ କରିବା ଦେଖାଯାଉଛି ।

Leave A Reply

Your email address will not be published.