Latest Odisha News

BREAKING NEWS

ଅଲୋଡା ଶିଶୁ କନ୍ୟା, ଜଙ୍ଗଲରୁ ହେଲା ଉଦ୍ଧାର

ବାରିପଦା: ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡା ଜଙ୍ଗଲରୁ ଗତକାଲି ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ଜଙ୍ଗଲ ମଧ୍ୟରେ ଉକ୍ତ ଶିଶୁଟି କାନ୍ଦୁଥିବାର ସ୍ଥାନୀୟ ବାସିନ୍ଦାମାନେ ଶୁଣିବାକୁ ପାଇଥିଲେ । ପରେ ଏନେଇ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ନେଇ ଜଣାପଡିଛି ।

ତେବେ ଉକ୍ତ ଶିଶୁଟି ସମ୍ପର୍କରେ ପୋଲିସ ଓ ଶିଶୁ ମଙ୍ଗଳ କମିଟିକୁ ଜଣାଇବା ପରେ ଥଇଥାନ କରାଯିବା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.