Latest Odisha News

ସତର୍କ ସୂଚନା ଜାରି ହେବା ପରେ ସମସ୍ତ ଆଂଟାସିଡ ଡାଇଜିନ ଜେଲକୁ ଫେରାଇନେଲା କମ୍ପାନୀ

ନୂଆଦିଲ୍ଲୀ: ଅଜୀର୍ଣ୍ଣ ଓ ବଦହଜମୀ ପାଇଁ ବ୍ୟବହାର ଡେଉଥିବା ଆଂଟାସିଡ ଡାଇଜିନ ଜେଲକୁ ଫେରାଇନେବା ପାଇଁ କମ୍ପାନୀ ନିର୍ଦ୍ଦେଶ ଦେଇଛି । ଏହି ଜେଲରୁ ଉତ୍କଟ ଗନ୍ଧ ଓ କଡା ସ୍ୱାଦ ବାହାରୁଥିବାରୁ ଡିସିଜିଆଇ କମ୍ପାନୀକୁ ସତର୍କ ସୂଚନା ଜାରୀ କରିଥିଲା । ଫଳରେ କମ୍ପାନୀ ଏହି ପଦକ୍ଷେପ ଗ୍ରହଣ କରିଛି । ଏହି ଜେଲକୁ ଏବେ ବ୍ୟବହାର ନ କରିବାକୁ ମଧ୍ୟ କମ୍ପାନୀ ପକ୍ଷରୁ କୁହାଯାଇଛି । ୯ ଅଗଷ୍ଟ ୨୦୨୩ରେ ଏହାର ସ୍ୱାଦ ନେଇ ଅଭିଯୋଗ ଆସିଥିଲା । ଡିସିଜିଆଇ ଏ ନେଇ କମ୍ପାନୀକୁ ଚିଠି ଲେଖାଇ ଜଣାଇଥିଲା । ଚିଠି ପାଇବା ପରେ କମ୍ପାନର ହୋଲସେଲରମାନଙ୍କୁ ଏହି ବ୍ୟାଚର ଔଷଧ ଫେରାଇବା ପାଇଁ କହିଥିଲା ।

ଏପରିକି ଡାକ୍ତରମାନଙ୍କୁ ଏହା ପ୍ରେସସ୍କ୍ରାଇବ ନ କରିବା ପାଇଁ ଅନୁରୋଧ କରାଯାଇଥିଲା । ଯେଉଁମାନେ ଏହାକୁ ବ୍ୟବହାର କରୁଛନ୍ତି ଯଦି କିଛି ପାଶ୍ୱର୍୍ୟ ପ୍ରତିକ୍ରିୟା ପରିଲକ୍ଷିତ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଥିଲା । ଡିସିଜିଆଇ ମଧ୍ୟ ଏହା ଉପରେ ନଜର ରଖିବା ପାଇଁ ତାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ।

Leave A Reply

Your email address will not be published.