Latest Odisha News

ଛତିଶଗଡ଼ରୁ ଉଦ୍ଧାର ହେଲା ଝାରସୁୁଗୁଡାରୁ ନିଖୋଜ ନାବାଳକ

ଝାରସୁଗୁଡା: ଝାରସୁଗୁଡାରୁ  ନିଖୋଜ ନାବାଳକ ପ୍ରିନ୍ସ  ଛତିଶଗଡ଼ରୁ ଉଦ୍ଧାର । ବିଳାସପୁରର ଶିଶୁ ସୁରକ୍ଷା ଆୟୋଗ ଦ୍ୱାରା ଉଦ୍ଧାର ହୋଇଛି ପ୍ରିନ୍ସ । ଏ ନେଇ  ସୂଚନା ଦେଇଛନ୍ତି ଝାରସୁଗୁଡା ଏସପି ସ୍ମିତ ପରମର ।

BjdElectrycity

ଝାରସୁଗୁଡା ଥାନା ଅନ୍ତର୍ଗତ ବୁରୋମାଲ ଅଞ୍ଚଳର ପ୍ରିନ୍ସ ଗତ ଶୁକ୍ରବାର ଅର୍ଥାତ ୭ ତାରିଖରୁ  ନିଖୋଜ  ହୋଇଥିଲେ   ।  ଶେଷ ଥର ପାଇଁ ଘର ସାମ୍ନାରେ ଛିଡା ହୋଇଥିଲେ । ତା ପରେ ଘରକୁ ଫେରି ନ ଥିଲେ । ଏ ନେଇ ପରିବାର ଲାେକ ୯ ତାରିଖ ପୋଲିସରେ ଅଭିଯୋଗ କରିବା ପରେ ତନଘନା ଆରମ୍ଭ ହୋଇଥିଲା ।

ନି ପ୍ରିନ୍ସଙ୍କ ମା’ଙ୍କ ଦେହ ଅସୁସ୍ଥ ଥିଲା । ଗତ ୭ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମା’ଙ୍କ ପାଖରେ ବାପା ବି ଡାକ୍ତରଖାନାରେ ଥିଲେ ।ଘରେ ବଡ ଭାଇଙ୍କ ସହ ପ୍ରିନ୍ସ ରହୁଥିଲେ । ସେଦିନ ଅପରାହ୍ନରେ ପ୍ରିନ୍ସ ଘର ସାମ୍ନାରେ ଛିଡା ହୋଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ହେଲେ ସେବେଠୁ ସେ ଘରକୁ ଫେରି ନାହାନ୍ତି । ପରିବାର ଲୋକେ ବହୁ ଖୋଜାଖୋଜି କରି ନ ପାଇବାରୁ ୯ ତାରିଖ ପୋଲିସରେ ଅଭିଯୋଗ କରିଛନ୍ତି ।

ଯାହା ବି ହେଉ, ପ୍ରିନ୍ସକୁ ଖୋଜି ଆଣିବା ପୋଲିସ ପାଇଁ ଏକ ଚାଲେଞ୍ଜ ଥିଲା । ଏବେ ପ୍ରିନ୍ସ  ଉଦ୍ଧାର ଖବର ମିଳିବା ପରେ ପରିବାର ଲୋକଙ୍କୁ ତ ଆଶ୍ୱସ୍ତି ମିଳିଛି । ପୋଲିସ ବି ଶାନ୍ତିରେ ନିଃଶ୍ୱାସ ମାରିଛି ।

Leave A Reply

Your email address will not be published.