Latest Odisha News

ଆଇଏଫଏସ ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍

ଭୁବନେଶ୍ବର : ଜେଲରୁ ବାହାରିବେ ଆଇଏଫଏସ ଅଭୟ ପାଠକ । ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ବୈଦ୍ୟନାଥପୁର ଥାନା ମାମଲାରେ ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରାଯାଇଛି । ମୋଟି ୩ଟି ମାମଲାରୁ ପୂର୍ବରୁ ଅଭୟ ପାଠକଙ୍କୁ ୨ଟି ଜାମିନ ମିଳିଥିଲା । ଆଉ ଆଜି ଆଉ ଏକ ମାମଲାରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ସମସ୍ତ ମାମଲାରେ ଜାମିନ୍ ମିଳିବା ଅଭୟ ପାଠକ ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଛି ।

BjdElectrycity

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ତଥା ଠକେଇ ମାମଲାରେ ଅଭୟ ପାଠକଙ୍କୁ ଗତ ବର୍ଷ ଗିରଫ କରିଥିଲା ପୋଲିସ । ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ହୋଇଥିବା ଠକେଇ ମାମଲାରେ ପୂର୍ବରୁ ତାଙ୍କୁ ଜାମିନ ମିଳିଥିଲା । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ହେବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଅଫିସ ସମେତ ବାସଭବନରେ ଘନ ଘନ ରେଡ୍ କରିଥିଲା ଭିଜିଲାନ୍ସ । ଚଢ଼ାଉ ବେଳେ ବ୍ୟାପକ ପରିମାଣର ସମ୍ପତ୍ତି ଠାବ ହୋଇଥିଲା । ତେବେ ଠକେଇ ଅଭିଯୋଗ ଆସିବା ପରେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.