Latest Odisha News

ଅଭିଶେକ- ଐଶ୍ବର୍ଯ୍ୟାଙ୍କ ବିବାହ ବିଚ୍ଛେଦ, ଇନ୍ଧନ ଦେଲେ ଜୁନିୟର ବଚ୍ଚନ

ମୁମ୍ବାଇ: ଏବେ ସେପାରେଟ ହୋପାରନ୍ତି ଜୁନିୟର ଅମିତାଭ ଓ ବିଶ୍ବ ସୁନ୍ଦରୀ ।  ଆଗରୁ ଖାଲି ଚର୍ଚ୍ଚା ହେଉଥିଲା ହେଲେ ଏବେ ଜଳ ଜଳ କରି ସବୁ କିଛି ଦେଖାଗଲାଣି । ସ୍ବାମୀ ଓ ଶାଶୁ ଘରଠାରୁ ଦୂର ଦୂର ରହୁଛନ୍ତି ବଲିଉଡ ସୁନ୍ଦରୀ ଐଶ୍ବର୍ଯ୍ୟା । ଇଭେଣ୍ଟ ହେଉକି ପାର୍ଟି ସବୁଠି କେବଳ ନିଜ ଝିଅ ସହ ନଜର ଆସୁଛନ୍ତି ଐଶ୍ବର୍ଯ୍ୟା । ତେବେ ଅମ୍ବାନୀ ପରିବାରର ବିବାହ ଉତ୍ସବ ପରେ ବିଗ୍ ବିଙ୍କ ପରିବାର କଳି ଏବେ ଅଧିକ ଚର୍ଚ୍ଚାରେ ରହିଛି। ଯାହାପରେ ଅଭିଶେକ- ଐଶ୍ବର୍ଯ୍ୟାଙ୍କ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଏହାକୁ ଇନ୍ଧନ ଯୋଗାଇଛନ୍ତି ଖୋଦ୍ ଜୁନିୟର ବଚ୍ଚନ ଅକା ଅଭିଶେଖ ବଚ୍ଚନ ।

ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ନିଜର ଏକ ବିବାହ ବିଚ୍ଛେଦ ପୋଷ୍ଟକୁ ଲାଇକ୍ କରି ଅଲଗା ହେବା ଖବରକୁ ଅଧିକ ଇନ୍ଧନ ଦେଇଛନ୍ତି ଅଭିଶେକ ବଚ୍ଚନ । ଯାହାପରେ ବିବାହ ବିଚ୍ଛେଦ ନେଇ ସୋସିଆଲ ମିଡିଆରେ ଏବେ ଜୋରସୋର ଚର୍ଚ୍ଚା ।

ତେବେ ଏବେ ବଚ୍ଚନ ଘର କଳି ଦାଣ୍ଡରେ ପଡି ହାଟରେ ଗଡିଲାଣି । କୁହାଯାଉଛି ବୋହୁ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଆଉ ଜୟା ବଚ୍ଚନଙ୍କ ମଧ୍ୟରେ ଫାଟ ବଢି ବଢି ଚାଲିଛି ।  ଯାହାକୁ ନେଇ ଏବେ ଅଭିଶେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟଙ୍କ ବିଚ୍ଛେଦ ନେଇ ଖୁବ୍ ଚର୍ଚ୍ଚା ହେଉଛି । ହେଲେ ବଡ ଘର ବଡ ଗୁମର କଥା । ଭିତରି କଥା ବା କାହାକୁ ଜଣା । ହେଲେ ଦେଶର ସବୁଠୁ ଧନୀ ଶିଲ୍ବପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବ ବିଗ୍ ବିଙ୍କ ପରିବାରକୁ ନେଇ ଏବେ ଅନେକ ଆଲୋଡନ ସୃଷ୍ଟି ହୋଇଛି । ତେବେ ଏହି ବିବାହ ପାର୍ଟିରେ ପୂରା ବଚ୍ଚନ ପରିବାର ଏକାଠି ଏଣ୍ଟି କରିଥିଲେ , ଏମିତିକି ଝିଅ ସ୍ବେତା ମଧ୍ୟ ସାଙ୍ଗରେ ଥିଲେ । ହେଲେ ସେଠି ନିଜ ଝିଅ ଆରାଧ୍ୟଙ୍କ ସହ ଅଲଗା ନଜର ଆସିଥିଲେ ଐଶ୍ବର୍ଯ୍ୟା ।

ତେବେ ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ଜାରି ରହିଛି ୟୁଜର୍ସଙ୍କ ମତ । କେହି କେହି ଏ କଳିର କାରଣ ଝିଅ ସ୍ବେତାଙ୍କୁ କହୁଛନ୍ତି । ଝିଅ ସ୍ବେତାଙ୍କ ଯୋଗୁଁ ଶାଶୁ ବୋହୂଙ୍କ ମଧ୍ୟରେ ତୁ ତୁ ମେ ମେ ହୋଇଥିବା ଚର୍ଚ୍ଚା ହେଉଛି । ଅନ୍ୟପଟରେ ଜଣେ ଅଭିନେତ୍ରୀଙ୍କ ନାଁ ମଧ୍ୟ ବଚ୍ଚନ ପରିବାର କଳିରେ ବେଶ୍ ଚର୍ଚ୍ଚା ସାଉଁଟିଛି । ସେ ହେଲେ ରେଖା । କୁହାଯାଉଛି ଐଶ୍ବର୍ଯ୍ୟାଙ୍କ ସହ ରେଖାଙ୍କ ଅଧିକ ମିଳାମିଶାକୁ କାଳେ ପସନ୍ଦ କରୁନାହାନ୍ତି ଶାଶୁ ବଚ୍ଚନ, କାରଣ ରେଖାଙ୍କ ସାଙ୍ଗରେ ଆଗରୁ ବଚ୍ଚନ ପରିବାରର ବିବାଦୀୟ ପୃଷ୍ଠା ରହିଛି । ଯାହା ଉଭୟ ଶାଶୂ ବୋହୂଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଛି । ଯାହା ଅଭିଶେକ ଓ ଐଶ୍ବର୍ଯ୍ୟାଙ୍କ ବୈବାହିକ ଜୀବନରେ ଅସନ୍ତୋଷ ଆଣିଛି । ତେବେ ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଥିବା ବେଳେ ଅଭିଶେକଙ୍କ ଛାଡପତ୍ର ପୋଷ୍ଟ ଲାଇକ କରିବା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

Comments are closed.