ହାଇଦ୍ରାବାଦ: ଆଇପିଏଲର ଆଗାମୀ ସଂସ୍କରଣରେ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଏହାର ନମୂନା ସେ ଗୁରୁବାର ଦେଖାଇ ସାରିଛନ୍ତି । ଗତ ସଂସ୍କରଣରେ ଟ୍ରେଭିସ ହେଡଙ୍କ ସହ ଓପିନଂ କରି ଅଭିଷେକ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ସେ ଅଭ୍ୟାସ କରୁଥିବା ବେଳେ ଏପରି ଛକା ମାରିଛନ୍ତି ଯେ, ଷ୍ଟାଡିୟମର କାଚ ଭାଙ୍ଗିଯାଇଛି । ଅଭିଷେକ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଦ୍ୱିତୀୟ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହୋଇଥିଲେ । ସେ ୧୬ ମ୍ୟାଚରେ ୨୦୪ ଷ୍ଟ୍ରାଇକ ରେଟରେ ୪୮୪ ରନ କରିଥିଲେ ।
ଆନ୍ତର୍ଜାତୀୟ କ୍ରିକେଟରେ ସେ ଜିମ୍ବାୱେ ବିପକ୍ଷରେ ୪୬ ବଲରେ ଶତକ ହାସଲ କରିଥିଲେ । ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଅଭିଷେକ କ୍ୟାରିୟରର ଦ୍ୱିତୀୟ ଶତକ ମାରିଥିଲେ । ଏଥର ମଧ୍ୟ ପ୍ରଶଂସକମାନେ ତାଙ୍କଠାରୁ ବିସ୍ଫୋରକ ବ୍ୟାଟିଂ ଦେଖିବା ନେଇ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି ।