ଦୁବାଇ: ଏସିଆ କପ ୨୦୨୫ର ଫାଇନାଲ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଏହି ମ୍ୟାଚରେ ୬ଟି ଛକା ମାରିଲେ ନୂତନ କୀର୍ତିମାନ ସ୍ଥାପନ କରିବେ । ବହୁରାଷ୍ଟ୍ରୀୟ ଟି୨୦ ଟୁର୍ଣ୍ଣାମେଂଟରେ ସେ ସର୍ବାଧିକ ଛକା ମାରିବା ଗୌରବ ଅର୍ଜନ କରିବେ । ଚଳିତ ଏସିଆ କପରେ ସେ ଜବରଦସ୍ତ ଫର୍ମରେ ଅଛନ୍ତି । ସେ ୧୯ ଛକା ମାରି ଭାରତ ପକ୍ଷରୁ ବହୁରାଷ୍ଟ୍ରୀୟ ମୁକାବିଲାରେ ସର୍ବାଧିକ ଛକା ମାରିବା ରେକର୍ଡ ଅର୍ଜନ କରିଛନ୍ତି । ତାଙ୍କ ଗୁରୁ ଯୁବରାଜ ସିଂ ୨୦୦୭ ଟି୨୦ ବିଶ୍ୱକପରେ ୧୨ ଛକା ମାରିଥିଲେ । ଏବେ ସେ ସିକନ୍ଦର ରାଜାଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି ।
ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ର ମଧ୍ୟରେ ଖେଳାଯାଇଥିବା ଟୁର୍ଣ୍ଣାମେଂଟରେ ସିକନ୍ଦର ସର୍ବାଧିକ ୨୪ ଛକା ମାରିଛନ୍ତି । ତାଙ୍କ ପଛକୁ ୧୯ ଛକା ସହ ଆରୋନ ଫିଂଚ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅଭିଷେକ ୧୯ ଛକା ମାରିଥିବାରୁ ଆଉ ୬ ଛକା ଆବଶ୍ୟକ କରୁଛନ୍ତି । ଅଭିଷେକଙ୍କ ଫର୍ମ ଏବଂ ବ୍ୟାଟିଂ ପାକିସ୍ତାନ ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ସେ ୬ଟି ଇନିଂସରେ ୩୦୯ ରନ ସଂଗ୍ରହ କରି ସାରିଛନ୍ତି । ଏସିଆ କପ ଟି୨୦ ସଂସ୍କରଣରେ ସେ ପ୍ରଥମ ଖେଳାଳି ଭାବେ ୩୦୦ରୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି ।
Comments are closed.