Latest Odisha News

BREAKING NEWS

ଅଭିଷେକ ହୋଇ ପାରନ୍ତି ସନରାଇଜର୍ସ ହାଇଦ୍ରାବାଦାର ଅଧିନାୟକ

ହାଇଦ୍ରାବାଦ: ଆଇପିଏଲ ୨୦୨୬ ସିଜନରେ ଅଭିଷେକ ଶର୍ମାଙ୍କୁ ବଡ ଦାୟିତ୍ୱ ମିଳିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଦଳର ଅଧିନାୟକ ଦାୟିତ୍ୱ ପ୍ୟାଟ କୁମିନ୍ସଙ୍କ ହାତରେ ଥିଲା । ପିଠି ସମସ୍ୟା ଯୋଗୁ ସେ ଏବେ ମେଡିକାଲ ଟିମଙ୍କ ପ୍ରତ୍ୟକ୍ଷ ତତ୍ୱାବଧନରେ ଅଛନ୍ତି । ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ ହେବ । ସେ ସମୟରେ କୁମିନ୍ସଙ୍କ ଖେଳିବା ସମ୍ଭବପର ମନେ ହେଉନି । ଏହାକୁ ଆଖି ଆଗରେ ରଖି ଫ୍ରାଂଚାଇଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକଙ୍କୁ ଅଧିନାୟକ ଦାୟିିତ୍ୱ ଦେବା ପାଇଁ ବିଚାର କରୁଛି ।

କୁମିନ୍ସ ଦଳ ସହିତ ଯୋଗ ଦେବା ପର୍ଯ୍ୟନ୍ତ ଅଭିଷେକ ଦଳର ନେତୃତ୍ୱ ନେବେ । ତେବେ ହାଇଦ୍ରାବାଦ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । ଅଭିଷେକ ୭୭ ଆଇପିଏଲ ମ୍ୟାଚରେ ୧୮୧୬ ରନ ସଂଗ୍ରହ କରିଛନ୍ତି । ସେ ୧୬୦ରୁ ଅଧିକ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରିଛନ୍ତି । ଏଥିରେ ୧ ଶତକ ଓ ୯ ଅର୍ଦ୍ଧଶତକ ସାମିଲ । ରୟାଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ତାର ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ ମାର୍ଚ୍ଚ ୨୮ରେ ଖେଳାଯିବ ।

Leave A Reply

Your email address will not be published.