ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ର ୨୭ତମ ମ୍ୟାଚରେ ଅଭିଷେକ ଶର୍ମା ବିସ୍ଫୋରକ ଶତକ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ତାଙ୍କ ଇନିଂସ ବଳରେ ସନରାଇଜର୍ସ ହାଇଦ୍ରାବାଦ ହାଇ ସ୍କୋରିଂ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ତେବେ ମ୍ୟାଚ ପରେ ଅଭିଷେକ କହିଥିଲେ ମୁଁ ୪ ଦିନ ହେବ ଜ୍ୱରରେ ଆକ୍ରାନ୍ତ ଥିଲି । ମୋ ମେଂଟର ଯୁବରାଜ ସିଂ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ସହ କଥା ହେବ ପରେ ମନୋବଳ ବଢ଼ିଥିଲେ । ଅସୁସ୍ଥତା ସତ୍ୱେ ଶତକ ମାରି ଦଳକୁ ଜିତାଇ ପାରିବା ମୋ ପାଇଁ ଗର୍ବର ବିଷୟ ।
ଶତକ ହାସଲ କରିବା ପରେ ଅଭିଷେକ ଏକ ଲେଖା ଦେଖାଇଥିଲେ । ସେଥିରେ ଏହି ଶତକ ଅରେଂଜ ଆର୍ମି ପାଇଁ ଉଲ୍ଲେଖ କରିଥିଲି । ତାଙ୍କୁ ଯେତେବେଳେ ପଚରାଗଲା ତୁମେ କଣ ଶତକ ମାରିବ ବୋଲି ଆଗୁଆ ଜାଣିଥିଲ । ସେ କହିଲେ, ମୁଁ ନିଦରୁ ଉଠିବା ମାତ୍ରେ କିଛି ପଜିଟିଭ କଥା ଲେଖେ । ଏହି ମ୍ୟାଚ ପାଇଁ ମୋ ମନରେ ଏହା ଜୁଟିଥିଲା । କ୍ରମାଗତ ମ୍ୟାଚ ହାରିବା ସତ୍ୱେ ଆମ ଦଳର ମନୋବଳ କମିଥିଲା । ସମସ୍ତେ ସକାରାତ୍ମକ ଚିନ୍ତାଧାରାରେ ଥିଲେ । ଏବେ ଆଗକୁ ଅନ୍ୟ ମ୍ୟାଚଗୁଡିକରେ ଭଲ ପ୍ରଦର୍ଶନ କରି ପ୍ଲେ ଅଫ ପ୍ରବେଶ ପାଇଁ ଉଦ୍ୟମ କରିବୁ ବୋଲି ଅଭିଷେକ କହିଛନ୍ତି । ପଞ୍ଜାବ ମ୍ୟାଚ ପୂର୍ବରୁ ସେ ୫ଟି ମୁକାବିଲାରେ ମାତ୍ର ୫୧ ରନ କରିଥିଲେ । ହାଇଦ୍ରାବାଦ ତାର ପରବର୍ତୀ ମ୍ୟାଚରେ ମୁମ୍ବାଇକୁ ଭେଟିବ ।
Comments are closed.