ନୂଆଦିଲ୍ଲୀ: ଦିନକୁ ଦିନ ଟି୨୦ରେ ଭାରତୀୟ କ୍ରିକେଟ ଟିମ ମଜଭୁତ ହେବାରେ ଲାଗିଛି । ୨୦୨୬ ଟି୨୦ ବିଶ୍ୱକପ ଜିତିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି । ବର୍ତମାନ ଟିମ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ଆଇପିଏଲରେ ଭିନ୍ନ ଭିନ୍ନ ଟିମ ପକ୍ଷରୁ ଖେଳୁଥିବା ୮ ଓପନରଙ୍କ ନଜର ରହିଛି । ୨୦୨୮ରେ ଟି୨୦ ବିଶ୍ୱକପ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯିବ । ଖରାପ ଫର୍ମରେ ରହିଥିଲେ ମଧ୍ୟ ଅଭିଷେକ ଶର୍ମା ଏବେ ବି ପ୍ରଥମ ପସନ୍ଦ ରହିଛନ୍ତି । ସଞ୍ଜୁ ସାମସନ ତାଙ୍କୁ ମିଳୁଥିବା ସୁଯୋଗ ହାତଛଡା କରୁଛନ୍ତି । ବୈଭବ ସୂର୍ଯ୍ୟବଂଶୀ, ଯଶସ୍ୱୀ ଜୈସୱାଲ, ଆୟୂଷ ମାହାତ୍ରେ , ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମ୍ରନ ସିଂ, ଶୁଭମନ ଗିଲ ଓ ସାଈ ସୁଦର୍ଶନ ମଧ୍ୟ ଏହି ଦୌଡରେ ରହିଛନ୍ତି ।
ଗିଲ, ସୁଦର୍ଶନ ଦକ୍ଷତା ସମ୍ପନ୍ନ ଖେଳାଳି ହୋଇଥିବାରୁ ଟି୨୦ ଫର୍ମାଟ ପାଇଁ ନିଜକୁ ଭଲ ଭାବେ ପ୍ରସ୍ତୁତ କରିବା ବଡ କଥା ନୁହେଁ । ଯୁବ କ୍ରିକେଟରେ ଆଇପିଏଲରେ ଯେଉଁ ଭଳି ଫିୟରଲେସ କ୍ରିକେଟ ଖେଳୁଛନ୍ତି ତାହା ସମସ୍ତଙ୍କୁ ଚକିତ କରୁଛି । ହାତରେ ଆଉ ୨ ବର୍ଷ ସମୟ ଥିବାରୁ ଚୟନ କମିଟି ଯୁବ ଖେଳାଳିଙ୍କୁ ଏହି ଫର୍ମାଟ ପାଇଁ ଏବେଠାରୁ ପ୍ରସ୍ତୁତ କରିବେ ବୋଲି ଅନୁମାନ କରାଯାଉଛି । ଆଇପିଏଲର ଚଳିତ ସଂସ୍କରଣରେ ଏମାନେ କିପରି ପ୍ରଦର୍ଶନ କରୁଛନ୍ତି ସେଥିପ୍ରତି ନଜର ରହିବ ।