Latest Odisha News

ଅଭୁଲା ୨୦୨୩: ଚଳିତ ବର୍ଷ ଚହଳ ସୃଷ୍ଟି କରିଥିଲା ଏହି ସବୁ ହତ୍ୟାକାଣ୍ଡ

ଭୁବନେଶ୍ଵର: ଆଉ ହାତଗଣତି ଦିନ କେଇଟା ପରେ ବିଦାୟ ନେବ ୨୦୨୩ । ପାଦ ଥାପିବ ୨୦୨୪ । ଆଶା ଓ ସମ୍ଭାବନାର ବର୍ଷ ୨୦୨୪କୁ ସ୍ୱାଗତ କରିବାକୁ ସମଗ୍ର ବିଶ୍ୱ ଏବେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ସେପଟେ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହେବାକୁ ଯାଉଛି ବିଦାୟୀ ବର୍ଷ ୨୦୨୩ । ଘଟଣା, ଦୁର୍ଘଟଣା ଦୃଷ୍ଟିରୁ ବେଶ ଚର୍ଚ୍ଚାରେ ରହିଥିଲା ୨୦୨୩ । ବିଦାୟୀ ବର୍ଷ ଛାଡ଼ି ଦେଇଯିବ ଅନେକ ସ୍ମୃତି। ବର୍ଷ ତମାମର ଅନେକ ଘଟଣା, ଦୁର୍ଘଟଣା ଓ ଅପରାଧ ପାଇଁ ବିଦାୟୀ ବର୍ଷ ନିହାତି ଭାବେ ମନେ ରହିବ । ତେବେ ଆସନ୍ତୁ ଆଉ ଥରେ ନଜର ପକେଇବା ସେହି ଚର୍ଚ୍ଚିତ ହତ୍ୟାକାଣ୍ଡ ଉପରେ…

ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ

ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧି ଛକ ନିକଟରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଗୋପାଳ। ଝାରସୁଗୁଡ଼ାରେ ଏକ ସାଧାରଣ ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ଶ୍ରୀ ଦାସଙ୍କୁ ଅତି ନିକଟରୁ ଗୁଳି ମାରିଥିଲା ପୋଲିସ ଅଧିକାରୀ ଗୋପାଳ । ଯାହାକୁ ନେଇ ରାଜ୍ୟ ରାଜନୀତି ଦୋହଲି ଯାଇଥିଲା । ପୋଲିସ ମହଲଠୁ ଆରମ୍ଭ କରି ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ଆଲୋଡନ ସୃଷ୍ଟି କରିଥିଲା । ରାଜ୍ୟରେ ଆଇନଶୃଙ୍ଖଳା ଓ ଅପରାଧ ନେଇ ପ୍ରସଙ୍ଗ କରି ବିଧାନସଭା ପର୍ଯନ୍ତ ପହଞ୍ଚି ଥିଲା ନବ ଦାସ ହତ୍ୟାକାଣ୍ଡ ତାତି । ପରବର୍ତ୍ତି ସମୟରେ ଉକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇ ଦଣ୍ଡବିଧାନ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ କୋର୍ଟରେ କେସ୍ ଚାଲିଛି ।

ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା

୨୦୨୩ ମାର୍ଚ୍ଚ ୧୯ତାରିଖରେ ଡିଜେ ଆଜେକ୍ସଙ୍କ ଝୁଲନ୍ତା ମୃତଦେହ ଖାରବେଳ ସ୍ଥିତ ତାଙ୍କ ଘରୁ ଉଦ୍ଧାର କରିଥିଲା କମିଶନରେଟ୍‌ ପୁଲିସ୍‌। ତାଙ୍କ ମୃତ୍ୟୁକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ପ୍ରେମିକା ଓ ପ୍ରେମିକାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି କମିଶନରେଟ୍‌ ପୁଲିସ ଡିଜେ ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଦଫା ୩୦୬ ଲଗାଇଥିଲା। ପ୍ରେମିକାକୁ ଗିରଫ ଦାବି ନେଇ ହାଇକୋର୍ଟ ପର୍ଯନ୍ତ ଯାଇଥିଲେ ପରିବାର ଲୋକେ। ହେଲେ ଆଜି ପର୍ଯ୍ୟନ୍ତ ସାମ୍ନାକୁ ତାଙ୍କର ଆତ୍ମହତ୍ୟା ପଛର ପ୍ରକୃତ ସତ୍ୟ ଆସିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ

https://odishasambad.in/abhula-2023-in-2023-this-scheme-of-modi-became-help-for-the-people/

ଶ୍ରଦ୍ଧା ମର୍ଡର କେସ

ଦିଲ୍ଲୀର ଆଉ ଏକ ହତ୍ୟା ମାମଲା ୨୦୨୩ରେ ଚର୍ଚ୍ଚାରେ ରହିଥିଲା। ବର୍ଷ ଆରମ୍ଭରୁ ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟିଥିଲା। ମେ’ ୧୮ରେ ଅପତାବ୍‌, ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ବାହା ହେବାକୁ ଜିଦ କରିବାରୁ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା ପ୍ରେମିକ ଅଫତାବ ପୁନାୱାଲା । କେବଳ ଯେ ହତ୍ୟା କରିଥିଲା ତାହା ନୁହେଁ ୩୫ ଖଣ୍ଡ କରି ଫ୍ରିଜରେ ମଧ୍ୟ ରଖିଥିଲା ହତ୍ୟାକାରୀ । ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗିବା ଭଳି ଘଟଣା ପୁରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ

ଆଇଟି ବିଭାଗର ସ୍ନାତକ ଶ୍ରେଣୀର ଉତ୍ତୀର୍ଣ୍ଣ ହୋଇ ଫେବୃଆରୀ ୨୮ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାର୍ଟିଫିକେଟ୍ ନେବା ପାଇଁ ଆସିଥିଲେ ଚିନ୍ମୟୀ । ରାତି ପ୍ରାୟ ୧୦ଟାରେ ସେ ନିଜର ପୁରୁଷ ବନ୍ଧୁ ପ୍ରୀତିମାନ ଦେ’ଙ୍କ ସହ ବାଇକରେ ପାୱାର ଚ୍ୟାନେଲ ଆଡକୁ ବୁଲିବାକୁ ଯାଇଥିବା ବେଳେ ଅଚାନକ ବ୍ରିଜରୁ ଡେଇଁ ପଡିଥିବା ନେଇ ଖବର ମିଳିଥିଲା ।ଏହି ଘଟଣାରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଓ ମାନସ ଟୁଡୁଙ୍କୁ ପଚରାଉଚରା କରାଯାଇଥିଲା । ଉଭୟଙ୍କର ଲାଇଡିଟେକସନ୍ ଟେଷ୍ଟ ମଧ୍ୟ କରାଯାଇଥିଲା । କିନ୍ତୁ ଆଜି ବି ରହସ୍ୟ ହୋଇ ରହିଯାଇଛି ଚିନ୍ମୟୀଙ୍କ ମୃତ୍ୟୁ .

Comments are closed.