Latest Odisha News

ଅଭୁଲା ୨୦୨୩: ୨୦୨୩ରେ ମୋଦୀଙ୍କର ଏହି ଯୋଜନା ବନିଥିଲା ଲୋକଙ୍କ ପାଇଁ ସାହାରା

ଭୁବନେଶ୍ଵର: ବର୍ଷ ୨୦୨୩ ସରିବାକୁ ଆଉ ମାତ୍ର ଦିନ କେଇଟା ବାକି । ଏହି ବର୍ଷ ଦେଶ ଏବଂ ବିଶ୍ୱରେ ଅନେକ ବଡ଼ ଘଟଣା ଦେଖିବାକୁ ମିଳିଛି | ନିର୍ବାଚନ ଠାରୁ ଆରମ୍ଭ କରି ରାମ ମନ୍ଦିର ନିର୍ମାଣ, ଏବଂ ଚନ୍ଦ୍ରଯାନ ପର୍ଯ୍ୟନ୍ତ ଅନେକ ବଡ ଘଟଣା। ଏହା ସହିତ ଜାତିବାଦକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶରେ କେବଳ ୪ଟି ଜାତି ଅଛନ୍ତି | ତାହା ହେଉଛି ଯୁବକ, ଗରିବ, କୃଷକ ଏବଂ ମହିଳା | ତେବେ ଏହାରି ଭିତରେ ଚଳିତ ବର୍ଷ ମୋଦୀ ଅନେକ ଯୋଜନା ମାନ ମଧ୍ୟ ପ୍ରଣୟନ କରିଛନ୍ତି । ଯାହା ସାଧାରଣ ଜନତାଙ୍କ ପାଇଁ ବନିଥିଲା ସାହାରା । ଆଲୋଚନା କରିବା ସେ ବିଷୟରେ …

ପିଏମ ବିଶ୍ୱକର୍ମା ଯୋଜନା
ପ୍ରଧାନ ମନ୍ତ୍ର ବିଶ୍ୱକର୍ମା ଯୋଜନା ୧୭ ସେପ୍ଟେମ୍ବର ୨୦୨୩ରେ ଦେଶର ବିଭିନ୍ନ ବର୍ଗର କୁଶଳୀ କାରିଗରମାନଙ୍କ ପାଇଁ ଆରମ୍ଭ କରାଯାଇଥିଲା। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଦେଶର କାରିଗରମାନଙ୍କ ଦକ୍ଷତା ବୃଦ୍ଧି କରିବା। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ଏହା ଉପରେ ସୁଧ ହାର ମଧ୍ୟ ୫% | ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ଶ୍ରମିକମାନଙ୍କୁ ୨ ଲକ୍ଷ ଟଙ୍କା ଋଣ ଦିଆଯିବ ।

ପିଏମ ଆୱାସ ଯୋଜନା 
ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଦେଶର ଗରିବ ଏବଂ ଭୂମିହୀନ ଲୋକଙ୍କୁ ସେମାନଙ୍କ ଘର ନିର୍ମାଣରେ କେନ୍ଦ୍ର ସରକାରଙ୍କ ସହାୟତା ଯୋଗାଇବା। PM Awas Gramin Yojana ଗ୍ରାମ ପାଇଁ ଏବଂ PM Awas Urban Yojana ସହରାଞ୍ଚଳ ପାଇଁ | ମୋଦୀ ସରକାର ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ୧,୩୦,୦୦୦ ଏବଂ ସହରୀ ଲୋକଙ୍କ ପାଇଁ ୧,୨୦,୦୦୦ ଟଙ୍କା ପ୍ରଦାନ କରୁଛନ୍ତି। ଏହା ବ୍ୟତୀତ ରାଜ୍ୟ ସରକାର ମଧ୍ୟ ଏଥିରେ ସାହାଯ୍ୟ କରନ୍ତି।

ପିଏମ ଜନ ଧନ ଯୋଜନା
ଏହି ଯୋଜନା ଅଧୀନରେ, ଦାରିଦ୍ର ସୀମାରେଖା ତଳେ ଥିବା ଲୋକମାନେ ୦ ବାଲାନ୍ସରେ ଆକାଉଣ୍ଟ ଖୋଲିପାରିବେ | ଏହା ବ୍ୟତୀତ, ଜନ ଧନ ଆକାଉଣ୍ଟଧାରୀମାନଙ୍କର ଆକାଉଣ୍ଟରେ ଯଦି କୌଣସି ଟଙ୍କା ନଥାଏ ତେବେ ମଧ୍ୟ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ |

ପିଏମ କିଶାନ ସମ୍ମାନ ଯୋଜନା
ଦେଶର ସମସ୍ତ କୃଷକ ଏହି ଯୋଜନାର ଲାଭ ପାଇପାରୁଛନ୍ତି | ଏହି ଯୋଜନାରେ ମୋଦୀ ସରକାର ବର୍ଷକୁ ୬୦୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଏହି ଯୋଜନାରେ ସିଧାସଳଖ ୩ଟି କିସ୍ତିରେ ୨,୦୦୦ଟଙ୍କାର ଧନ ରାଶୀ କୃଷକଙ୍କ ଆକାଉଣ୍ଟକୁ ଯାଉଛି |

ପିଏମ ଗରିବ କଲ୍ୟାଣ ଆନ୍ନ ଯୋଜନା
ଏହି ଯୋଜନା ମୋଦୀ ସରକାର ୨୦୨୦ରେ ଆରମ୍ଭ କରିଥିଲେ। କରୋନା ମହାମାରୀ ସମୟରେ ଦେଶର ୮୦ କୋଟିରୁ ଅଧିକ ପରିବାରକୁ ମାଗଣା ଖାଦ୍ୟ ଯୋଗାଇ ଦିଆଯାଇଥିଲା। କେନ୍ଦ୍ର ସରକାର ଏହି ଯୋଜନାକୁ ଅନେକ ଥର ବୃଦ୍ଧି କରିଛନ୍ତି। ଏହି ଯୋଜନାର ଲାଭ ୨୦୨୮ପର୍ଯ୍ୟନ୍ତ ଉପଲବ୍ଧ ହେବ | ଏହି ଯୋଜନା ଅଧୀନରେ ପ୍ରତି ମାସରେ ୫କେଜି ଗହମ କିମ୍ବା ଚାଉଳ ଦିଆଯାଏ |

ଏହା ମଧ୍ୟ ପଢନ୍ତୁ

https://odishasambad.in/abhula-2023-bjp-wrests-power-from-congress-as-ashok-gehlot-leaves-centre-stage/

ପିଏମ ଉଜ୍ଵଳା ଯୋଜନା
ଏହି ଯୋଜନା ୨୦୧୬ ମସିହାରେ ଦେଶର ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନା ଅଧୀନରେ, ବିପିଏଲ୍ କାର୍ଡ ଧାରକକୁ ମାଗଣା ଗ୍ୟାସ୍ ସଂଯୋଗ ଦିଆଯାଇଛି | ଏଥି ସହିତ ଗୋଟିଏ ବର୍ଷରେ ୧୨ ଟି ଗ୍ୟାସ ସିଲିଣ୍ଡର ସବସିଡିରେ ଉପଲବ୍ଧ | ମାର୍ଚ୍ଚ ୨୦୨୩ପର୍ଯ୍ୟନ୍ତ, ୯.୫୯ ମହିଳା ଏହି ଯୋଜନାର ଲାଭ ଉଠାଇଛନ୍ତି।

ଆୟୁଷ୍ମାନ ଭାରତ ଯୋଜନା
ଦେଶର ଗରିବ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ନାଗରିକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମୋଦୀ ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଆୟୁଷ୍ମାନ କାର୍ଡଧାରୀମାନେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ରୋଗୀଙ୍କର ଔଷଧ ଏବଂ ଚିକିତ୍ସା ଇତ୍ୟାଦିର ସମସ୍ତ ମୂଲ୍ୟ ସରକାର ବହନ କରଥାନ୍ତି।

ପିଏମ ମହିଲା କିସାନ ଡ୍ରୋନ କେନ୍ଦ୍ର
ପ୍ରଧାନମନ୍ତ୍ରୀ ମହିଳାମାନଙ୍କ ପାଇଁ ମହିଲା କିସାନ ଡ୍ରୋନ କେନ୍ଦ୍ର ଆରମ୍ଭ କରିଛନ୍ତି। ଏହି କେନ୍ଦ୍ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ୍ ଯୋଗାଇବ | ଯାହାଦ୍ୱାରା ସେମାନେ ଏହି ଟେକ୍ନୋଲୋଜିର ବ୍ୟବହାର ତାଙ୍କ ଜୀବିକା ପାଇଁ କରିପାରିବେ |

ପିଏମ ଦକ୍ଷତା ବିକାଶ ଯୋଜନା
ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶ ଯୋଜନାର ଉଦ୍ଦେଶ୍ୟ ହେଉଛି ଭାରତୀୟ ଯୁବକମାନଙ୍କୁ ଦକ୍ଷତା ଦେବା | ୧ କୋଟିରୁ ୧୦ଲକ୍ଷରୁ ଅଧିକ ଲୋକ ଏହି ଯୋଜନାର ଲାଭ ଉଠାଇଛନ୍ତି | ଏହି ଯୋଜନା ବେକାରମାନଙ୍କ ପାଇଁ ବହୁତ ସହାୟକ ହୋଇଛି | ଏହି ଯୋଜନା ଅଧିନରେ ଯୁବକମାନଙ୍କୁ ରୋଜଗାର ଭିତ୍ତିକ ତାଲିମ ଦିଆଯାଏ ।

ସୁକନ୍ୟା ସମୃଦ୍ଧି ଯୋଜନା 
ବେଟି ବଚାଓ-ବେଟି ପଢାଓ ଅଭିଯାନ ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୨୦୧୫ରେ ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରିଥିଲେ। ଆର୍ଥିକ ଦୁର୍ବଳତା କାରଣରୁ ଯେଉଁ ପରିବାର ନିଜ ପିଲା ମାନଙ୍କୁ ଶିକ୍ଷା ଦେଇପାରୁ ନାହାନ୍ତି ଖାସ୍ କରି ଝିଅ ମାନଙ୍କୁ ସେହି ପରିବାରର ଚିନ୍ତାଧାରାକୁ ଦୂର କରିବା ପାଇଁ ସରକାର ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ଗୋଟେ ଝିଅର ଶିକ୍ଷାଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଅନେକ ଖର୍ଚ୍ଚ ସରକାର ବହନ କରିଥାଆନ୍ତି ।

 

 

Comments are closed.