Latest Odisha News

BREAKING NEWS

ପ୍ରବାସୀ ଶ୍ରମିକଙ୍କ ସାହାରା ପାଲଟିଛନ୍ତି କଟକର ଅବିନାଶ ଖେମକା

କଟକ: ଦେଶରେ ଲକାଡାଉନ ପାଇଁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ କିଏ ବସରେ ବା ଟ୍ରକରେ ଆସୁଛନ୍ତି ତ କିଏ ଚାଲି ଚାଲି ନ ହେଲେ ସାଇକେଲରେ ଘରକୁ ଫେରୁଛନ୍ତି । ଏବେ ଏମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି କଟକର ଅବିନାଶ ଖେମକା ।

ଅବିନାଶ ନିଜ ଆୟୋଜନରେ କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ଇତ୍ୟାଦିରୁ ଫେରୁଥିବା ଶ୍ରମିକଙ୍କ ପାଇଁ ୧୬ ନମ୍ବର ଜାତୀୟ ରାଜପଥର ବନ୍ଦାଣୁ ନିକଟରେ ପ୍ରତିଦିନ ରନ୍ଧା ଖାଦ୍ୟ ପ୍ୟାକେଟ ଓ ପାଣି ବଟଲ ବାଣ୍ଟୁଛନ୍ତି । ପ୍ରତ୍ୟେକ ଦିନ ପ୍ରାୟ ତିନି ହଜାର ପ୍ରବାସୀଙ୍କୁ ଏହି ଖାଦ୍ୟ ଦିଆଯାଉଛି । ଏଥି ସହ ଚାଲି ଚାଲି ଆସୁଥିବା ଶ୍ରମିକଙ୍କ ପାଇଁ ବସ୍ ଓ ଟ୍ରକ ଯୋଗେ ଘରକୁ ଫେରିବାର ବ୍ୟବସ୍ଥା କରୁଛନ୍ତି ଅବିନାଶ ।

କେବଳ ସେତିକି ଋାଜମୁଦ୍ରିରୁ ସୁନ୍ଦରବନ ଟ୍ରେଲରେ ଯାଉଥିବା ନଅ ମାସର ଗର୍ଭବତୀ ଫାତିମା ମୋଲ୍ଲା ଓ ତାଙ୍କ ପରିବାରକୁ ବି ଅବିନାଶ ବଢାଇଛନ୍ତି ସାହାଯ୍ୟର ହାତ । ଫାତିମା ଟ୍ରକରେ ଅସୁବିଧାରେ ଯାତ୍ରା କରୁଥିବା ଅବିନାଶଙ୍କ ନଜରକୁ ଆସିଥିଲା । ସେତେବେଳକୁ ଫାତିମା ଅଣନିଶ୍ୱାସୀ ହୋଇପଡୁଥିଲେ । ପ୍ରଥମେ ତାଙ୍କୁ, ତାଙ୍କ ସ୍ୱାମୀ ଓ ଛୋଟ ଦୁଇ ଛୁଆଙ୍କ ପାଇଁ ଖାଇବା ଓ ପାଣି ଯୋଗାଇବା ସହ ଫାତିମାଙ୍କ ପାଇଁ ବିଶ୍ରାମର ବ୍ୟବସ୍ଥା କରିଥିଲେ । ସେ ଟିକେ ସୁସ୍ଥ ଅନୁଭବ କରିବା ପରେ ଅବିନାଶ ନିଜ ଇନୋଭା କାରରେ ସେମାନଙ୍କୁ ପଶ୍ଚିମବଙ୍ଗର ସୁନ୍ଦରବନକୁ ପଠାଇଥିଲେ ।

କଟକ ଗଣେଶଘାଟ ଅଂଚଳର ଅବିନାଶଙ୍କୁ ଖାଦ୍ୟପୁଡିଆ ବଣ୍ଟନ ଦିଗରେ ସାହାଯ୍ୟର ହାତ ବଢାଇଛନ୍ତି ତାଙ୍କର କେତେକ ବନ୍ଧୁ ।
କେବଳ ସେତିକି ନୁହେଁ ନବମ ଶ୍ରେଣୀର ଛାତ୍ର ଶିବମ ଗୁପ୍ତା ମଧ୍ୟ ତାଙ୍କୁ ଖାଦ୍ୟପ୍ୟାକେଟ ବଣ୍ଟନରେ ସାହାଯ୍ୟ କରୁଛନ୍ତି । ସେହିପରି ଅଷ୍ଟମ ଶ୍ରେଣୀର ଛାତ୍ରୀ ତନିଷା ମଧ୍ୟ ନିଜ କୁମ୍ପି ଭାଙ୍ଗି ସଞ୍ଚିତ ଅର୍ଥକୁ ଶ୍ରୀ ଖେମକାଙ୍କୁ ଦାନ କରିଛନ୍ତି ।

Leave A Reply

Your email address will not be published.