Latest Odisha News

BREAKING NEWS

ଫେରାର୍ ଆନ୍ତଃରାଜ୍ୟ ଡ୍ରଗ୍ ପେଡଲର୍ ଗିରଫ

ଭୁବନେଶ୍ୱର: ଫେରାର୍ ଆନ୍ତଃରାଜ୍ୟ ଡ୍ରଗ୍ ପେଡଲର୍ ରାଣା ଗିରଫ । ଗୁଇନ୍ଦା ସୂତ୍ରରୁ ଖବର ପାଇ ଓଡ଼ିଶା ପୋଲିସ ଓ ଏସଟିଏଫ୍ ଚଢ଼ାଉ କରି ରାଣା ମୁନା ଡୋରାକୁ ଧରିବାରେ ସକ୍ଷମ ହୋଇଛନ୍ତି । ଗତ ୩ ତାରିଖରେ ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା । ଏକ ହାଇୱାରେ ଗୁପ୍ତ ଚ୍ୟାମ୍ବର କରି ଗଞ୍ଜେଇ ଚାଲାଣ ବେଳେ ଖସି ଯାଇଥିଲା ରାଣା ।

BjdElectrycity

ଆଜି ତାକୁ ଗିରଫ କରାଯାଇଥିବା ବେଳେ କୋର୍ଟ ଚାଲାଣ କରାଯିବ । ରାଣା ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣର ମୁଖ୍ୟ ଅଭିଯୁକ୍ତ ବୋଲି ଏସଟିଏଫ୍ ସୂଚନା ଦେଇଛି । ରାଣା ବିରୋଧରେ ପାତ୍ରପୁର ଥାନାରେ ଆଗରୁ ମାମଲା ରହିଛି । ରାଣାର ଘର ପାତ୍ରପୁର ଥାନା ଅନ୍ତର୍ଗତ ଧର୍ମପୁରରେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.