Latest Odisha News

BREAKING NEWS

ସେପ୍ଟେମ୍ବରରେ ଭାରତ ଆସିବେ ଆବୁଧାବିର କ୍ରାଉନ୍ ପ୍ରିନ୍ସ

ନୂଆଦିଲ୍ଲୀ: ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ ନାହିନ୍ ଆସନ୍ତା ମାସ ତଥା ସେପ୍ଟେମ୍ବରରେ ଭାରତ ଗସ୍ତରେ ଆସିବେ।

ଏହି ଗସ୍ତ ସମୟରେ ସେ ସେପ୍ଟେମ୍ବର ୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ବିବେଚନା କରାଯାଉଛି।

ତେବେ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀରେ ଆବୁଧାବି ଗସ୍ତରେ ଯାଇଥିଲେ ଏବଂ ସେଠାରେ ସେ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିନଙ୍କୁ ଭେଟିଥିଲେ। ଗତ ଜାନୁଆରୀରେ ୟୁଏଇର ରାଷ୍ଟ୍ରପତି ଭାରତ ଗସ୍ତ କରିଥିଲେ ଏବଂ ଦଶମ ବାଇବ୍ରେଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀର ମୁଖ୍ୟ ଅତିଥି ରହିଥିଲେ।

ଏହି ଅବଧି ମଧ୍ୟରେ ନିବେଶ ସଂକ୍ରାନ୍ତୀୟ ଅନେକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା।

 

Comments are closed.