Latest Odisha News

ୟୁଏଇରେ ଖୋଲିବ ବିୟର ଫ୍ୟାକ୍ଟ୍ରି

ଦୁବାଇ: ୟୁଏଇରେ ପ୍ରଥମ ଥର ପାଇଁ ବିୟର ଫ୍ୟାକ୍ଟ୍ରି ଖୋଲିବାକୁ ଯାଉଛି । ଆମେରିକୀୟ କମ୍ପାନୀ କ୍ରାଫ୍ଟ ବାୟ ସାଇଡ ଏ ନେଇ କାର୍ଯ୍ୟ ଆରମ୍ଭ କରି ଦେଇଛି । ୨ ବର୍ଷ ତଳେ ୟୁଏଇ ପକ୍ଷରୁ କମ୍ପାନରକୁ ଏ ନେଇ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ଏହା ଏକ ମୁସଲିମ ଦେଶ ହୋଇଥିବାରୁ କମ୍ପାନୀକୁ କେତେକ ନିୟମ କଠୋର ଭାବେ ମାନିବାକୁ ପଡିବ । ଅଲ ମାରିୟା ଆୟର୍ଲାଣ୍ଡରେ ଏହି ଫ୍ୟାକ୍ଟ୍ରି ନିର୍ମାଣ କରାଯାଉଛି । କମ୍ପାନୀ ମଧ୍ୟ ସମସ୍ତ ନିୟମ ମାନି ଚଳିବ ବୋଲି ଘୋଷଣା କରିଛି । ନିୟମରେ ଉଲ୍ଲେଖ କରାଯାଇଛି ଯେ, କମ୍ପାନୀକୁ ଯେଉଁ ସ୍ଥାନ ପାଇଁ ଅନୁମତି ମିିଳିଛି ତାହା ବ୍ୟତୀତ ଅନ୍ୟ କେଉଁଠାରେ ଏହାକୁ ବିକ୍ରି କରିପାରିବେ ନାହିଁ ।

ଖଲୀଜ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ କମ୍ପାନୀ ୭୫ ପ୍ରକାରର ବିୟର ପ୍ରସ୍ତୁତ କରି ବିକ୍ରି କରିବ । ଗ୍ରାହକଙ୍କ ଚାହିଦା ଅନୁସାରେ ଆମେ ପରବର୍ତୀ ପଦକ୍ଷେପ ଗ୍ରହଣ କରିବୁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ୨୦୨୧ରୁ କମ୍ପାନୀକୁ ଲାଇସେନ୍ସ ମିଳିଥିଲେ ମଧ୍ୟ ବିଭିନ୍ନ ପ୍ରକାରର ଅସୁବିଧା ଯୋଗୁ ଏହାର ଆରମ୍ଭରେ ବିଳମ୍ବ ହୋଇଥିଲା ।

Comments are closed.