କଟକ : କଟକ ପାରାଦୀପ ମୁଖ୍ୟ ରାସ୍ତା ଚାଉଳିଆଗଞ୍ଜ ଗାନ୍ଧୀ ଛକ ନିକଟରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ, ସ୍ବାମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଓଏମପି ଛକରୁ କିଷନନଗର ଆଡକୁ ଯାଉଥିବା ଏକ ମାଲ୍ ବୋଝଇ ଟ୍ରକ୍ ମୋଟର ସାଇକେଲକୁ ପଛପଟୁ ଧକ୍କା ଦେଇଥିଲା । ଟ୍ରକ ଧକ୍କା ଦେବାରୁ ତଳେ ପଡ଼ିଯାଇଥିଲେ ଉଭୟ ସ୍ବାମୀ ସ୍ତ୍ରୀ । ହେଲେ ମହିଳାଙ୍କ ଉପରେ ଚଢ଼ି ଯାଇଥିଲା ଟ୍ରକର ପଛ ଚକା । ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଓ ହେଲପରକୁ ଚାଉଳିଆଗଞ୍ଜ ଥାନା ପୋଲିସ ଅଟକ ରଖିବା ସହ ଟ୍ରକକୁ ଜବତ କରିଛି । ମୃତ ମହିଳା ଓ ତାଙ୍କ ସ୍ବାମୀଙ୍କ ପରିଚୟ ମିଳିନଥିବା ବେଳେ, ସେ କିଷନନଗର ଅଞ୍ଚଳର ହୋଇଥିବା ଜଣାପଡିଛି ।
BREAKING NEWS
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
Comments are closed.