Latest Odisha News

ରେଡ୍ ସିଗନାଲରେ ଆଗକୁ ବଢ଼ିବାରୁ ଦୁର୍ଘଟଣା!, ମୃତ୍ୟୁ ସଂଖ୍ୟା ଆଠକୁ ବୃଦ୍ଧି

ଭୁବନେଶ୍ୱର: ରବିବାର ସନ୍ଧ୍ୟା 7ଟା ବେଳେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ ଏବଂ ବିଶାଖାପାଟଣା-ରାୟଗଡା ପାସେଞ୍ଜର ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟରେ ଧକ୍କା ହେବା ଫଳରେ 8 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 25 ଜଣ ଆହତ ହୋଇଛନ୍ତି।

ପୂର୍ବତଟ ରେଳପଥର ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ର ଦୁଇଟି ବଗି ପଛପଟୁ ଏବଂ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି, ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନର ସିଗନାଲ ଓଭରସୁଟିଂ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଓଭରସୁଟିଂ ଶବ୍ଦର ଅର୍ଥ ସିପିଆରଓ କହିଛନ୍ତି ଯେ ଏହା ସେତେବେଳେ ହୋଇଥାଏ ଯେତେବେଳେ କୌଣସି ଟ୍ରେନ୍ ରେଡ୍ ସିଗନାଲରେ ଅଟକିବା ପରିବର୍ତ୍ତେ ଆଗକୁ ବଢ଼ିଥାଏ।

Comments are closed.