Latest Odisha News

BREAKING NEWS

ଭାରସାମ୍ୟ ହରାଇ ରେଲଓ୍ବେ ଟ୍ରାକକୁ ଖସିଲା ବସ୍ : ୪ ମୃତ, ୨୪ ଆହତ

ରାଜସ୍ଥାନ : ରାଜସ୍ଥାନ ଦଉସାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରେଲଓ୍ବେ ଟ୍ରାକକୁ ଖସିପଡିଛି । ଫଳରେ ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟିବା ପରେ ଡିଏମଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୨ଟା ୧୫ ସମୟରେ ରାଜସ୍ଥାନ ଦଉସା ୨୧ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ଏକ ଯାତ୍ରୀବାହୀ ବସ୍ ହରିଦ୍ବାରରୁ ଜୟପୁର ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ଲୁହା ରେଲିଂ ଭାଙ୍ଗି କଲଭର୍ଟରୁ ଖସି ଯାଇଥିଲା । ବସଟି ସିଧାସଳଖ ଜୟପୁର-ଦିଲ୍ଲୀ ଟ୍ରାକରେ ଖସିପଡିଥିଲା  । ଫଳରେ ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏବଂ ୨୪ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପରେ ଖବର ପାଇ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.