ଜୟପୁର:ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କର ଜୀବନ । ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ବାଇକ୍-ପିକଅପ୍ ମୁହାଁମୁହିଁ ଧକ୍କା ହୋଇଥିଲେ । ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଜୟପୁର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମୃତକ ହେଲେ ପାତ୍ରପୁଟ୍ ଅଞ୍ଚଳର ଘାଷିରାମ ଗୋଲୋରି । ଅନ୍ୟ ଜଣେ ବାଇକ ଆରୋହୀଙ୍କ ପତ୍ତା ମିଳି ନାହିଁ ।
ଖବରମୁତାବକ, ବୁଧବାର ବାଇପାସ ରୋଡ ନିକଟରେ ଜୟପୁର ଅଭିମୁଖେ ଦୁଇଜଣ ଏକ ବାଇକରେ ଆସୁଥିବା ସମୟରେ ଏକ ପିକଅପ୍ ଭ୍ୟାନ ଧକ୍କା ଦେଇଥିଲା । ପିକ୍ଅପ୍ ଭ୍ୟାନ୍ ଜବତ କରିଛି ଟାଉନ୍ ପୋଲିସ୍ । ଡ୍ରାଇଭର୍ ଫେରାର ହୋଇଯାଇଛି ।