Latest Odisha News

BREAKING NEWS

ବାଇକକୁ ପଛରୁ ଧକ୍କା ଦେଲା ଟ୍ରକ, ଦୁର୍ଘଟଣାରେ ୨ ମହିଳା ମୃତ

ବାରିପଦା: ବାଇକକୁ ପଛରୁ ଧକ୍କା ଦେଲା ବାଲି ବୋଝେଇ ମିନି ଟ୍ରକ । ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ବାରିପଦା ସହର ଦେଇ ଯାଇଥିବା ୧୮ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ମୋଟର ସାଇକେଲରେ ୩ ଜଣ ଯାଉଥିବା ବେଳେ ପଛପଟରୁ ବାଲି ବୋଝେଇ ମିନି ଟ୍ରକ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ଦୁଇ ମହିଳା । ଗୁରୁତର ବାଇକ୍ ଚାଳକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ପରିଚୟ ମିଳି ପାରିନାହିଁ । ଦୁର୍ଘଟଣାସ୍ଥଳରୁ ଟ୍ରକଟି ଫେରାର୍ ହୋଇଯାଇଥିଲା । ବାରିପଦା ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

Leave A Reply

Your email address will not be published.