Latest Odisha News

BREAKING NEWS

ସୁଇମିଂ ପୁଲରେ ଘଟିଛି ଅଘଟଣ , ସନ୍ତରଣ ପ୍ରଶିକ୍ଷଣ ବେଳେ ଚାଲିଗଲା ଜୀବନ

କଟକ: କଟକ କ୍ଳବର ନାଭାଲ ୱିଙ୍ଗର ସୁଇମିଂ ପୁଲରେ ଘଟିଛି ଅଘଟଣ ।ସନ୍ତରଣ ପ୍ରଶିକ୍ଷଣ ବେଳେ ଏନସିସି ଛାତ୍ରଙ୍କ ଜୀବନ ଚାଲିଯାଇଛି ।

ଏନସିସି କ୍ୟାମ୍ପ ପାଇଁ ଚାଲିଥିବା ସନ୍ତରଣ ପ୍ରଶିକ୍ଷଣ ବେଳେ ଜଣେ ଛାତ୍ରଙ୍କ ଜୀବନ ଚାଲିଯାଇଛି । ମୃତ ଛାତ୍ରଙ୍କ ନାଁ ସ୍ଵପ୍ନେଶ୍ୱର୍ ଦାସ । ତାଙ୍କ ଘର ରାଜାବଗିଚା ଅଞ୍ଚଳରେ ।

ମିଳିଥିବା ସୂଚନା ମୁତାବକ ସନ୍ତରଣ ପ୍ରଶିକ୍ଷଣ ନେଉଥିଲେ ସ୍ୱପ୍ନେଶ୍ୱର। ପହଁରା ସିଖୁଥିବା ସମୟରେ ସେ ବୁଡ଼ି ଯାଇଥିଲେ । ଫଳରେ ତାଙ୍କର ଜୀବନ ଚାଲିଯାଇଥିଲା । ପାଣିରେ ବୁଡ଼ିଯିବା ପରେ ସ୍ୱପ୍ନେଶ୍ୱରଙ୍କୁ ଉଦ୍ଧାର କରି ସିଟି ହସ୍ପିଟାଲ୍‌ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.