Latest Odisha News

BREAKING NEWS

ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ୍ ଲୁଟ୍

କାମାକ୍ଷାନଗର: ଗୋଟିଏ ରାତିରେ ୩ଟି ମନ୍ଦିରରୁ ଚୋରି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ବିଭିନ୍ନ ମନ୍ଦିରରୁ ସିରିଜ୍ ଲୁଟ୍ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଚୋର ଏକକାଳୀନ ତିନି ତିନୋଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ମନ୍ଦିରରୁ ମୁକୁଟ ସହ ମୂର୍ତ୍ତି ଏବଂ ହୁଣ୍ଡି ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ବାଉଁଶପାଳ ପଞ୍ଚାୟତ ବାହାଡ଼ା ଗାଁ ମଙ୍ଗଳା ମନ୍ଦିରରୁ ମାଆଙ୍କ ମୁକୁଟ, ସୁନା ଅଳଙ୍କାର ଓ ମୂର୍ତ୍ତି ଲୁଟ୍ ହୋଇଥିବା ବେଳେ କାଦୁଆ ଗାଁ ଶିବ ମନ୍ଦିରରୁ ଦାନ ହୁଣ୍ଡି, ଗାଲୁ ଗାଁ ରାମ ମନ୍ଦିରରୁ ଦାନ ପାତ୍ର ଓ ପୂଜକଙ୍କ ଦରମା ଟଙ୍କା ଓ ଏଟିଏମକୁ ଚୋରି କରି ନେଇଛନ୍ତି ଲୁଟେରା । ଏ ନେଇ କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଛି ।

ମନ୍ଦିରରୁ ସିରିଜ୍ ଲୁଟରେ ଅଞ୍ଚଳର କିଛି ଚୋର ଗ୍ୟାଙ୍ଗ ସାମିଲ୍ ଥିବା ଅଭିଯୋଗ ହେଉଛି । ଚୋରି ଘଟଣା ବୃଦ୍ଧି ପାଉଥିବାରୁ ପୋଲିସ ରାତ୍ରି ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି ଲୋକେ ।

Leave A Reply

Your email address will not be published.