Latest Odisha News

BREAKING NEWS

ବାଇକ୍ ସହ ଧକ୍କା ପରେ ଗ୍ୟାସ ବୋଝେଇ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍

ଯାଜପୁର: ବାଇକ୍ ସହ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣା । ଯାଜପୁର ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ହୋଇଛି ଭାରତ ପେଟ୍ରୋଲିୟମ ଗ୍ୟାସ ଟ୍ୟାଙ୍କର । ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ବାଇକ ସହ ଧକ୍କା ହୋଇଛି ।

ଦୁର୍ଘଟଣା ପରେ ବାଇକଟି ଗାଡ଼ି ତଳେ ପଶିଯିବା ଫଳରେ ଗ୍ୟାସ ଗାଡ଼ିର ଟାୟାର ଫାଟି ଯାଇଥିଲା । ଦୁଇ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ପରେ ଗ୍ୟାସ ଗାଡ଼ିରୁ ଗ୍ୟାସ ଲିକ ହୋଇଥିଲା । ଘଟଣାସ୍ଥଳରେ ପହଞ୍ଚି ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଗ୍ୟାସକୁ ନିୟନ୍ତ୍ରଣ କରିଛନ୍ତି । ଏହି ରାସ୍ତାରେ ଗୋଟିଏ ପାର୍ଶ୍ୱରେ ଯାଆସ କରୁଛି ଗାଡ଼ିମୋଟର । ଅନ୍ୟ ପଟକୁ ବନ୍ଦ ରଖାଯାଇଛି ।

Leave A Reply

Your email address will not be published.