Latest Odisha News

BREAKING NEWS

ନଦୀ ପାର ବେଳେ ଅଘଟଣ, ଡଙ୍ଗା ବୁଡି ୧ ମୃତ, ୪ ନିଖୋଜ

କୋରାପୁଟ: ନଦୀ ପାରବେଳେ ଅଘଟଣ । ଡଙ୍ଗା ବୁଡି ଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ଆଉ ଜଣ ନିଖୋଜ ଅଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ । ଖବରପାଇ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଉଦ୍ଧାରକାରୀ ଦଳ ।

ଖବର ମୁତାବକ, ଆଜି ଏକ ବାହାଘରରେ ଯୋଗ ଦେବାକୁ ନନ୍ଦପୁର ବ୍ଲକ କୁଲାସିଂ ପଞ୍ଚାୟତ ତାନସିଂ ଗ୍ରାମର ୩ ଜଣ ମହିଳା ଓ ଦୁଇ ନାବାଳିକା ଏକ ଡଙ୍ଗାରେ ବାଡ଼େଲା ଗ୍ରାମକୁ ଯାଇଥିଲେ । ବିବାହ ଭୋଜି ଖାଇ ନିଜ ଘରକୁ ଫେରୁଥିବବାଳେ ଡଙ୍ଗା ଟି ଭାରସାମ୍ୟ ହରାଇ ପାତାଳୀ ନଦୀରେ ଓଲଟି ପଡିଥିଲା ।

ଡଙ୍ଗାର ଥିବା ମହିଳା ଓ ନାବାଳିକା ହେଲେ ଲାଲମଣି ସୀସା (୨୩), ଶଶୀରେଖା ଆର୍ଲାବ (୨୪), ନବୀନା ଆର୍ଲାବ (୨୫), ପୁଷ୍ପାଞ୍ଜଳୀ ଆର୍ଲାବ(୧୪) ଓ ଶାନ୍ତି ସୀସା (୧୩) । ତେବେ ଘଟଣାରେ ଏକ ମୃତ୍ୟୁ ଦେହ ମିଳିଛି ଯାହା ଲାଲମଣି ସୀସା ଙ୍କର ମୃତଦେହ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.