Latest Odisha News

BREAKING NEWS

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ

ନବରଙ୍ଗପୁର : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ, ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୁମିତ କୁମାର । ୧ କୋଟି ୬୭ ଲକ୍ଷ ଟଙ୍କାର ପାଇପ କାମର ଟେଣ୍ଡରର ଏଗ୍ରିମେଣ୍ଟ କରାଇବା ପାଇଁ ଠିକାଦାରଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ଠାକାଦର ଜଣକ ଲାଞ୍ଚ ବାବଦ ୨୦ ହଜାର ଟଙ୍କା ଦେଉଥିବା ବେଳେ, ଧରିଥିଲା ଭିଜିଲାନ୍ସ ।

ବାସଭବନରେ ଚଢ଼ାଉ କରାଯିବା ସହ ୪୧ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ପୂର୍ବରୁ ମଧ୍ୟ ସେ ବିଭିନ୍ନ କାମ ପାଇଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଘଟଣାର ତଦନ୍ତ କରାଯାଉଥିବା ବେଳେ, ତାଙ୍କୁ ଗିରଫ କରାଯାଇଛି । ଚଢାଉରେ ଭିଜିଲାନ୍ସର ଦୁଇଟି ଟିମ ସାମିଲ ହୋଇଥିଲେ ।

Leave A Reply

Your email address will not be published.