Latest Odisha News

BREAKING NEWS

କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟ୍‌ବ୍ୟାଙ୍କରୁ ସୁନା ଚୋରି ମାମଲା, ବନ୍ଧା ହେଲା ଅଭିଯୁକ୍ତ

କୋରାପୁଟ : କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କରୁ ଏକ କେଜି ୬୧୦ଗ୍ରାମ ସୁନା ଚୋରି ମାମଲାରେ କାର୍ଯ୍ୟାନୁଷ୍ଠାନ । ଚୋରି ସୁନା ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତ ଶେଖର କୁଲଦୀପଙ୍କୁ ଗିରଫ କରିଛି ପୋଲିସ । ଲକ୍ଷ୍ମୀପୁର ଏସବିଆଇ ବ୍ରାଞ୍ଚରେ ୨୦୧୪ରୁ ୨୦୨୧ ଯାଏଁ ଅସ୍ଥାୟୀ ପିଅନ ଭାବେ କାମ କରୁଥିଲେ ଶେଖର । ସେତେବେଳେ ବ୍ୟାଙ୍କରେ ସୁନା କେଉଁଠି ରଖାଯାଉଥିଲା, ସେକଥା ଶେଖର ଜାଣିଥିଲା ।

ଗତବର୍ଷ ନଭେମ୍ବର ୩୦ ତାରିଖରେ ବ୍ୟାଙ୍କରେ ସୁନା ଚୋରି କରିଥିବା ବେଳେ, ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଗତ ୧୪ ତାରିଖରେ ଲକ୍ଷ୍ମୀପୁର ଥାନାରେ ଏତଲା ଦିଆଯାଇଥିଲା । ଡଗ୍ ସ୍ବାଡ୍ ଓ ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତ ଶେଖର କୁଲଦୀପକୁ ନାରାୟଣପାଟଣାରୁ ଗିରଫ କରିଛି ପୋଲିସ । ତାଠାରୁ ପ୍ରାୟ ୧ କେଜି ୨୦୦ ଗ୍ରାମ ସୁନାଜବତ କରିଛି ପୋଲିସ । ଏହାସହ ନଗଦ ୨ ଲକ୍ଷ ୯୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ଘଟଣାରେ ଶେଖରର ଘରକୁ ମଧ୍ୟ ସିଜ୍ କରାଯାଇଛି । ମାମଲାରେ ଆଉ କେଉଁମାନେ ସାମିଲ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି ।

Comments are closed, but trackbacks and pingbacks are open.