Latest Odisha News

ଶୁଣାଣି ବେଳେ ବିଚାରପତିଙ୍କ ଉପରକୁ ଟେକା ଫିଙ୍ଗିଲେ ଅଭିଯୁକ୍ତ

ଅହମଦାବାଦ: ଶୁକ୍ରବାର ଗୁଜରାଟର ନବସାରୀରେ କୋର୍ଟ କାର୍ଯ୍ୟ ଚାଲିଥିବା ବେଳେ ଜଣେ ଅଭିଯୁକ୍ତ ଜଣେ ସେସନ୍ସ କୋର୍ଟର ବିଚାରପତିଙ୍କ ଉପରକୁ ଟେକା ଫିଙ୍ଗିଥିବା ପୁଲିସ କହିଛି। ସୌଭାଗ୍ୟବଶତଃ ଅତିରିକ୍ତ ସେସନ୍ସ ବିଚାରପତି ଏ. ଆର୍ ଦେଶାଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାରଣ ଅଭିଯୁକ୍ତ ଧର୍ମେଶ ରାଠୋରଙ୍କ ଦ୍ୱାରା ଫିଙ୍ଗା ଯାଇଥିବା ଟେକାଟି ବିଚାରପତିଙ୍କ ଶରୀରରେ ନବାଜି କାନ୍ଥରେ ବାଜିଥିଲା। ନବସାରୀ ପୁଲିସ ଏକ ବିବୃତ୍ତିରେ କହିଛି।

ସୁରଟର ଲାଜପୁର ଜେଲରୁ ନବସାରୀ ସେସନ କୋର୍ଟକୁ ରାଠୋଡଙ୍କୁ ଆଣିଥିବା ତିନି ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ ନିଲମ୍ବନ କରାଯାଇଛି। ଏହି ଘଟଣାରେ ରାଠୋରଙ୍କ ବିରୋଧରେ ଏକ ନୂଆ ଏଫଆଇଆର ରୁଜୁ କରାଯିବ ବୋଲି ପୋଲିସ କହିଛି।

ରାଠୋଡଙ୍କ ବିରୋଧରେ ପୂର୍ବରୁ ହତ୍ୟା ଉଦ୍ୟମ (ଭାରତୀୟ ଦଣ୍ଡ ସଂହିତା ଧାରା 307) ଏବଂ ‘ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଆକ୍ରମଣ’ (ଧାରା 326) ଭଳି ମାମଲା ରହିଛି। ସୁରଟର ଲାଜପାଇର୍ ଜେଲ୍ କର୍ତ୍ତୃପକ୍ଷଙ୍କ ଠାରୁ ତାଙ୍କ ହେପାଜତକୁ ନେବା ସମୟରେ ଜଣେ ସହକାରୀ ସବ୍-ଇନ୍ସପେକ୍ଟର ଏବଂ ଦୁଇ କନଷ୍ଟେବଳ ତାଙ୍କୁ ସୁରକ୍ଷା ଦେଇଥିଲେ। ଏହି ଘଟଣାକୁ ଦେଖିଥିବା ଓକିଲ ପ୍ରତାପ ମହିଦା କହିଛନ୍ତି ଯେ, ପୂର୍ବରୁ ରାଠୋଡ ଜଣେ ମାଜିଷ୍ଟ୍ରେଟଙ୍କ ଉପରକୁ ଜୋତା ଫିଙ୍ଗିଥିଲେ। ତାଙ୍କ ରେକର୍ଡ ଜାଣି ପୁଲିସ ଅଧିକ ଯତ୍ନବାନ ହେବା ଉଚିତ ଥିଲା ବୋଲି ମହିଦା କହିଛନ୍ତି।

 

Comments are closed.