କଟକ: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡିର ପୂର୍ବତନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ତାଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କ ଆଗୁଆ ଜାମିନ୍ ଆବେଦନକୁ ହାଇକୋର୍ଟ ଖାରଜ କରିଥିବା ନେଇ ରିପୋର୍ଟ ମିଳିଛି।
ତେବେ ଏହି ନିଷ୍ପତ୍ତି ବିଚାରପତି ଭି ନରସିଂହଙ୍କ ଏକକ ଖଣ୍ଡପୀଠରେ ନିଆଯାଇଛି। ହାଇକୋର୍ଟ ଗତ ଜୁଲାଇ ମାସରେ ପାରଳାଖେମୁଣ୍ଡିର ଏସଡିଜେଏମଙ୍କ ଦ୍ୱାରା ଆଇପିସିର ଧାରା ୩୦୨ (ହତ୍ୟା) ଏବଂ ୧୨୦-ବି (ଅପରାଧୀକ ଷଡ଼ଯନ୍ତ୍ର) ଅନୁଯାୟୀ ବିଦ୍ୟାଭାରତୀ ଏବଂ ଡିଏଫଓଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ। ପରେ ଅଭିଯୁକ୍ତଙ୍କୁ ଗିରଫଦାରୀରୁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ମିଳିବା ପରେ ପାରଳାଖେମୁଣ୍ଡିର ଏସଡିଜେଏମଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କଗ୍ନିଜାନ୍ସ ଆଦେଶକୁ ବାତିଲ କରିବାକୁ ହାଇକୋର୍ଟ ମନା କରିଦେଇଥିଲେ।
ଏହି ମାମଲାଟି ୧୧ ଜୁଲାଇ ୨୦୨୧ର ଅଟେ। ଯେତେବେଳେକି ଏସିଏଫ୍ ପାରଳାଖେମୁଣ୍ଡିସ୍ଥିତ ତାଙ୍କ ବାସଭବନରେ ଗୁରୁତର ଭାବେ ପୋଡ଼ି ହୋଇଯାଇଥିଲେ।ସେହି ଅବସ୍ଥାରେ ପ୍ରଥମେ ତାଙ୍କୁ ବ୍ରହ୍ମପୁରର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ୯୦ ପ୍ରତିଶତ ପୋଡ଼ି ଯାଇଥିବା ସୂଚନା ମିଳିଥିଲା। ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଅଗ୍ନିକାଣ୍ଡ ବିଦ୍ୟାଭାରତିଙ୍କ ଅବହେଳା ଯୋଗୁ ଘଟିଥିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲା।
Comments are closed.