Latest Odisha News

BREAKING NEWS

ACF ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ: କ୍ୱାର୍ଟର୍ସରେ ଡେମୋ ଦେଖାଇବେ ବିଦ୍ୟାଭାରତୀ !

ଭୁବନେଶ୍ୱର: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ତଦନ୍ତ ପୁଣି ଥରେ ଜୋରଦାର ହୋଇଛି । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଜେରା ପାଇଁ କପ୍ତିପଦାରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସର ୪ ଜଣିଆ ଟିମ୍ । ସେମାନେ ବିଦ୍ୟାଭାରତୀଙ୍କୁ ପୁଣି ଥରେ ପଚରାଉଚରା କରୁଛନ୍ତି । ସେଦିନ କଣ ଘଟିଥିଲା ଓ କେମିତି ପୋଡ଼ି ହେଲେ ସୌମ୍ୟରଞ୍ଜନ ସେବାବଦରେ ପୂର୍ବରୁ ବିଦ୍ୟାଙ୍କୁ ଜେରା ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ ପୋଲିସ ବିଦ୍ୟାଭାରତୀଙ୍କୁ ସାଙ୍ଗରେ ପାରଳାଖେମୁଣ୍ଡି ଆଣିପାରେ । ଘଟଣାସ୍ଥଳରେ ସିନ୍ ରିକ୍ରିଏସନ୍ କରିପାରେ ଗଜପତି ପୋଲିସ । କାରଣ ସୌମ୍ୟଙ୍କ ଦେହରେ ନିାଁ ଲାଗିବା ଦିନ କ୍ୱାର୍ଟର୍ସରେ ବିଦ୍ୟାଭାରତୀ ଥିଲେ । ସେଦିନ କଣ ଘଟିଥିଲା ? ସୌମ୍ୟ ପୋଡ଼ି ହୋଇ କେଉଁଠି ପଡ଼ିଥିଲେ ?

ବିଦ୍ୟାଭାରତୀ ସେତେବେଳେ କେଉଁଠି ଥିଲେ ଓ କଣ କରୁଥିଲେ ? ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିବା କେତେବେଳେ ଦେଖିଲେ ? ଲିଭାଇବାକୁ ସେ କଣ କରିଥିଲେ ? ପୁରା ଘଟଣାର ଡେମୋ ଦେଖାଇବେ ବିଦ୍ୟାଭାରତୀ ।

ସୌମ୍ୟରଞ୍ଜନଙ୍କ ମୃତ୍ୟୁର ୨୨ ଦିନ ପରେ ବି ପୋଲିସ ଚୁଡ଼ାନ୍ତ ନିଷ୍କର୍ଷରେ ପହଞ୍ଚି ପାରିନି । ବିଦ୍ୟାଭାରତୀଙ୍କ ପାଖରେ ଅଟକିଛି ତଦନ୍ତ । ସେ ହିଁ କହିପାରିବେ କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା । ଯଦିଓ ପୂର୍ବରୁ ବିଦ୍ୟା କେମିତି ନିଆଁ ଲାଗିବା ସେ ଦେଖି ନଥିଲେ ବୋଲି ଗଣମାଧ୍ୟମରେ କହିଥିଲେ ।

ପୋଷ୍ଟମର୍ଟମ ରିପୋର୍ଟରୁ ସୌମ୍ୟ ପୋଡ଼ିହୋଇ ମୃତ୍ୟୁବରଣ କରିଥିବା ସ୍ପଷ୍ଟ ହୋଇଛି । ଗୋଟିଏପଟେ ସୌମ୍ୟଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି । ଏପଟେ ଏହା ଦୁର୍ଘଟଣା ନା ଆତ୍ମହତ୍ୟା ସେନେଇ ଠୋସ୍ ସୂରାକ ପାଇନି ଗଜପତି ପୋଲିସ । କେମିତି ସୌମ୍ୟ ପୋଡ଼ି ହେଲେ ଖୋଜି ବାହାର କରିବା ପୋଲିସ ଆଗରେ ବଡ଼ ଚ୍ୟାଲେଞ୍ଜ ।

Leave A Reply

Your email address will not be published.