ଭୁବନେଶ୍ବର: କଥାରେ ଅଛି ପ୍ରେମ ସୁନ୍ଦର ଦୁଇ ମନର ମିଳନ । ପ୍ରେମ ଦେଖେନି ଜାତି, ଧର୍ମ, ବର୍ଣ୍ଣ କି ସୌନ୍ଦର୍ଯ । ଏମିତି ଦୁଇ ସୁନ୍ଦର ମନ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ାଉଛନ୍ତି । ଏମାନେ ହେଲେ ଏସିଡ୍ ଏସିଡ୍ ଆକ୍ରମଣ ପୀଡିତା ପ୍ରମୋଦିନୀ ରାଉଳ ଓ ସରୋଜ ସାହୁ । ଆଜି ଜଗତସିଂହପୁର ସ୍ଥିତ ପ୍ରମୋଦିନୀଙ୍କ ଘରେ ଏହି ବିବାହ ଅନୁଷ୍ଠିତ ହେବ ।
ପ୍ରମୋଦିନୀ, ଦିନେ ପାଠପଢି ଜୀବନରେ କିଛି ଲକ୍ଷ ରଖିଥିବା ଝିଅଟିର ହଠାତ୍ ଏସିଡ୍ ଆକ୍ରମଣ ପରେ ସବୁ କିଛି ବଦଳିଯାଏ । ଯୁକ୍ତ ଦୁଇ ପଢୁଥିବା ବେଳେ ଏକ ତରଫା ପ୍ରେମ କରୁଥିବା ଯୁବକର ପ୍ରେମ ନିବେଦନ ପ୍ରତ୍ୟାଖାନ କରିବା ତାଙ୍କ ପାଇଁ ମହଙ୍ଗା ପଡିଥିଲା ।ଯୁବକର ଏସିଡ୍ ମାଡରେ ତାଙ୍କ ପୁରା ଶରୀର ଜଳିଗଲା । ଆଖି ବି କେତେକାଂଶରେ ନଷ୍ଟ ହୋଇଗଲା । ହସ୍ପିଚାଲରେ ତାଙ୍କର ଚାଲିଲା ଚିକିତ୍ସା । ବର୍ଷ ବର୍ଷ ଧରି ଚିକିତ୍ସା ଚାଲିଥିବା ବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡୁଥିଲେ । ଏହି ସମୟରେ ହସ୍ପିଟାଲରେ ତାଙ୍କର ଭେଟ ହୋଇଥିଲା ସରୋଜଙ୍କ ସହ । ସରୋଜ ତାଙ୍କୁ ସହଯୋଗର ହାତର ବଢାଇବା ସହ ମନୋବଳ ଦୃଢ କରିବା ପାଇଁ ତାଙ୍କୁ ସାହାସ ଯୋଗାଇଲେ । ଜଣେ ଯୁବକ ପାଇଁ ଦିନେ ତାଙ୍କ ଜୀବନ ନଷ୍ଟ ହୋଇଯାଇଥିବା ବେଳେ ଆଉ ଜଣେ ଯୁବକର ଏତେ ମାତ୍ରାରେ ସାହାଯ ତାଙ୍କୁ ସାହାସ ଦେଇଥିଲା ଆଗକୁ ବଢିବାକୁ । ଆଉ ସରୋଜ ଓ ପ୍ରମୋଦିନୀ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଲେ ।
2018ରେ ସେମାନଙ୍କର ନିର୍ବନ୍ଧ ହୋଇଥଲା । ଆଜି ସେମାନେ ପରିବାର, ସମ୍ପର୍କୀୟ ସାଙ୍ଗ ସାଥୀଙ୍କ ମେଳରେ ବିବାହ କରିବାକୁ ଯାଉଛନ୍ତି ।
Comments are closed.