Latest Odisha News

ପତ୍ନୀ ଓ ଭଣଜାଙ୍କୁ ଗୁଳି ମାରିବା ପରେ ନିଜେ ଆତ୍ମହତ୍ୟା କଲେ ଆସିଷ୍ଟାଣ୍ଟ ପୋଲିସ କମିଶନର

ପୁଣେ: ପୁଣେରୁ ଆସିଛି ଏକ ଦୁଃଖଦ ଖବର । ଜଣେ ବରିଷ୍ଠ ପୋଲିସ ଅଫିସର ନିଜ ପତ୍ନୀ ଏବଂ ଭଣଜାଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଛନ୍ତି । ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ସକାଳୁ ସକାଳୁ ଏହି ଘଟଣା ଜଣାପଡିବା ପରେ ସାରା ପୁଣେ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ,  ଏସିପି(Assistant Commissioner of Police) ଭରତ ଗାଓକୱାଡ ଗତକାଲି ବିଳମ୍ବିତ ରାତିରେ ନିଜର ପତ୍ନୀ ଓ ଭଣଜାଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜକୁ ଗୁଳି ମାରି ଦେଇଛନ୍ତି । ଏସିପି ଭରତ ବର୍ତ୍ତମାନ ଅମରାବତିରେ କାର୍ଯ୍ୟରତ ଅଛନ୍ତି । ଏହି ଘଟଣା ପୂର୍ବରୁ ସେ ତାଙ୍କର ଘର ପୁଣେ ଆସିଥିଲେ । ହେଲେ ସେ ଏମିତି ଚରମ ନିଷ୍ପତ୍ତି କାହିଁକି ନେଲେ ତାହା ସ୍ପଷ୍ଟ ହୋଇ ନାହିଁ ।

ଚତୁ ଶୃଙ୍ଗୀ ପୋଲିସର କହିବା ଅନୁଯାୟୀ, ଏହି ଘଟଣା ସୋମବାର ଭୋର ସାଢେ ୩ଟାରେ ଘଟିଛି । ୫୭ ବର୍ଷୀୟ  ଭରତ ଗାଇକୱାଡ ପୁଣେର ବାନେର ଇଲାକାରେ ଥିବା ତାଙ୍କ ଘରକୁ ଆସିଥିଲେ । ଏସିପି ପ୍ରଥମେ ନିଜ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ଗୁଳି ଶବ୍ଦ ଶୁଣି ତାଙ୍କର ପୁଅ ଏବଂ ଭଣଜା ଦୌଡ ଆସି ଘରର କବାଟ ଖୋଲି ଦେଲେ ।

ଯେମିତି କବାଟ ଖୋଲିଛି, ଏସିପି ତାଙ୍କ ଭଣଜାଙ୍କୁ ଗୁଳି ମାରିଦେଲେ । ଗୁଳି ସିଧା ଯାଇ ତାଙ୍କର ଛାତିରେ ବାଜିଥିଲା । ଏହାପରେ ଗାଇକୋୱାଡ ନିଜକୁ ଗୁଳି ମାରି ଦେଇଥିଲେ । ଫଳରେ ତିନି ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

ପୋଲିସର କହିବା ଅନୁଯାୟୀ, ଅନ୍ୟ ଦୁଇ ମୃତକ ହେଲେ ଗାଇକୋୱାଡଙ୍କ ପତ୍ନୀ ମୋନୀ ଗାଇକୋୱାଡ (୪୪ ବର୍ଷ) ଏବଂ ଭଣଜା ଦୀପକ (୩୫ ବର୍ଷ) । ପୋଲିସ ଏସିପି କାହିଁକି ଏପରି କାଣ୍ଡ ଘଟଣାଇଲେ ? ପୂର୍ବରୁ ତାଙ୍କର କୌଣସି ପାରିବାରିକ ସମସ୍ୟା ଥିଲା କି ? ସେ  ମାନସିକ ଅବସାଦଗ୍ରସ୍ତ ଥିଲେ କି ? ଏହାର ଉତ୍ତର ମିଳି ନ ଥିଲେ ହେଁ ଏହି ସବୁ ଦିଗକୁ ନେଇ ପୋଲିସ ଅନୁସନ୍ଧାନ ଜାରି ରଖିଛି ।

Comments are closed.