Latest Odisha News

BREAKING NEWS

ସମୁଦ୍ରରେ ବିମାନ ଖସିପଡ଼ିବାରୁ ଅଭିନେତା ଓ ତାଙ୍କ ୨ ଝିଅ ମୃତ

ଲସ୍‌ଏଞ୍ଜେଲେସ୍‌: କାରିବିୟାନ ସାଗରକୁ ଏକ ବିମାନ ଖସି ପଡ଼ିବାରୁ ହଲିଉଡ଼ର ଜଣେ ଅଭିନେତା ଓ ତାଙ୍କର ୨ ଝିଅଙ୍କ ମୃତ୍ୟୁ ହୋଇଛି । ସେ ହେଲେ ଜର୍ମାନରେ ଜନ୍ମିତ ଅଭିନେତା କ୍ରିଷ୍ଟିଆନ୍ ଅଲିଭର । ଏହି ଖବର ଜଣାପଡ଼ିବା ପରେ ହଲିଉଡ଼ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ।

ଅଲିଭର ଓ ତାଙ୍କର ଦୁଇ ଝିଅ ଘରୋଇ ମାଲିକାନାରେ ଥିବା ଏକ-ଇଞ୍ଜିନ୍ ବିଶିଷ୍ଟ ବିମାନରେ ଯାତ୍ରା କରୁଥିଲେ । ଉକ୍ତ ବିମାନଟି ଗ୍ରେନାଡଇନ୍ ଅନ୍ତର୍ଗତ କ୍ଷୁଦ୍ର ଦ୍ୱୀପ ବେକ୍ୟୁଆରୁ ସେଣ୍ଟ୍ ଲୁସିଆକୁ ଯାତ୍ରା କରୁଥିଲା । ଅଭିଲର ତାଙ୍କ ଦୁଇ ଝିଅକୁ ନେଇ ବୁଲିବାକୁ ଯାଉଥିଲେ । ଉଡ଼ାଣ ଆରମ୍ଭ କରିବା ପରେ ପରେ କ୍ଷୁଦ୍ର ବିମାନଟି କାରିବିୟାନ୍ ସାଗର ମଧ୍ୟକୁ ଖସି ପଡିଥିଲା । ଖବରପାଇ ମତ୍ସ୍ୟଜୀବୀ, ବୁଡ଼ାଳି ଓ ତଟରକ୍ଷୀ ତୁରନ୍ତ ଘଟଣାସ୍ଥଳକୁ ଯାଇ ୪ଟି ମୃତଦେହ ଉଦ୍ଧାର କରିଥିଲେ । ମୃତକମାନେ ହେଲେ, ୫୧ ବର୍ଷିୟ ଅଲିଭର, ତାଙ୍କ ୧୦ ବର୍ଷୀୟ ଝିଅ ମେଡିଟା ଓ ୧୨ ବର୍ଷୀୟ ଝିଅ ଏନ୍ନିକ୍ ଏବଂ ପାଇଲଟ୍ ରବର୍ଟ ସାସ୍ ।

ଅଲିଭରଙ୍କର ପ୍ରକୃତ ନାଁ କ୍ରିଷ୍ଟିଆନ୍ କ୍ଲିସ୍‌ର୍ପ । ସେ ପ୍ରଥମେ ଜର୍ଜ କ୍ଲୁନିଙ୍କ ସହିତ ‘ଦି ଗୁଡ୍ ଜର୍ମାନ୍‌’ ଫିଲ୍ମରେ ଅଭିନୟ କରିଥିଲେ । ପରେ ୨୦୦୮ରେ ଆକ୍‌?ସନ୍ କମେଡି ‘ସ୍ପିଡ୍ ରେର୍ସ’ରେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇପାରିଥିଲେ । ସେ ୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ସେ ଟେଲିଭିଜନ୍ ସିରିଏଲ୍ ‘ସେଭ୍‌ଡ୍ ବାୟ ଦି ବେଲ୍‌: ଦି ନିୟୁ କ୍ଲାସ୍‌’ରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

Leave A Reply

Your email address will not be published.