Latest Odisha News

BREAKING NEWS

ଅଭିନେତା ମିହିର ଦାସଙ୍କ ସାନପୁଅ ଅକ୍ଳାନ୍ତଙ୍କ ଦେହାନ୍ତ

କଟକ: ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ସୂଚନା ମିଳିଛି । ଅକ୍ଲାନ୍ତ ଗତ କିଛି ଦିନ ହେବ ଲିଭର ଜନିତ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କୁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ଗତ ମାସେ ହେଲା ଅକ୍ଲାନ୍ତ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ଗତକାଲି ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ୧୯୯୬ ମସିହା ଅଗଷ୍ଟ ୧୮ରେ ଜନ୍ମଗ୍ରହଣ କରିଥିବା ଅକ୍ଲାନ୍ତ କଟକ ସ୍ଥିତ ଡିଏଭି ସ୍କୁଲରୁ ପାଠ ପଢା ଶେଷ କରିଥିଲେ । ମୃତ୍ୟ ବେଳକୁ ତାଙ୍କୁ ୨୬ ବର୍ଷ ବୟସ ହୋଇଥିଲା  ।  ପରଲୋକ ହେବା ପରେ ତାଙ୍କୁ ପରିବାର ପକ୍ଷରୁ ଏମ୍ସରୁ ଅଣାଯାଇ କଟକର ସତୀଚଉରାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

୨୦୨୧ ମସିହାରେ ଦୁନିଆରୁ ବିଦାୟ ନେଇଥିଲେ ମିହିର ଦାସ। ଏହା ପୂର୍ବରୁ ୨୦୧୦ରେ ମିହିର ଦାସଙ୍କ ପତ୍ନୀ ଗାୟିକା ତଥା ଚଳଚ୍ଚିତ୍ର କଳାକାର ସଙ୍ଗୀତା ଦାସ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ଏବେ ମିହିର ଦାସଙ୍କ ମୃତ୍ୟୁକୁ ବର୍ଷେ ହୋଇଥିବା ବେଳେ ସାନ ପୁଅ ଅକ୍ଲାନ୍ତଙ୍କ ଦେହାନ୍ତ ହୋଇଛି  ।

 

Leave A Reply

Your email address will not be published.