Latest Odisha News

ବଲିଉଡର ଜଣାଶୁଣା କମେଡ଼ିଆନ ମୁସ୍ତାକ ମର୍ଚ୍ଚାଣ୍ଟଙ୍କ ପରଲୋକ

ମୁମ୍ବାଇ: ବଲିଉଡରେ ଶୋକର ଛାୟା । ବଲିଉଡର ଜଣେ ଜଣାଶୁଣା କଳାକାରଙ୍କ ମୃତ୍ୟୁ ଘଟିଛି । ଫଳରେ ପୁରା ବଲିଉଡ ସ୍ତବ୍ଦ ହୋଇଯାଇଛି । ଆଜି ବଲିଉଡର ବହୁ ଚର୍ଚ୍ଚିତ କମେଡିଆନ ଏବଂ ଆକ୍ଟର ମୁସ୍ତାକ ମର୍ଚ୍ଚାଣ୍ଟଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ବହୁ ଦିନ ଧରି ମଧୁମେହ ରୋଗରେ ପୀଡ଼ିତ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି ।

ମୁସ୍ତାକ ବଲିଉଡର ଅନେକ ଫିଲ୍ମରେ କାମ କରିଥିଲେ । ‘ହାଥ କି ସଫାଇ’, ‘ସୀତା ଔର ଗୀତା’, ‘ଜୱାନୀ ଦୀବାନୀ’, ‘ସାଗର୍’, ‘ପ୍ୟାର୍ କା ସାୟା’ ଏବଂ ‘ଫିଫ୍ଟି ଫିଫ୍ଟି’ ଭଳି ଫିଲ୍ମରେ କାମକରି ସେ ଲୋକଙ୍କ ହୃଦୟ ଜିତି ପାରିଥିଲେ ।

ସେ ବଲିଉଡର ବ୍ଲକବାଷ୍ଟର ଫିଲ୍ମ ‘ଶୋଲେ’ରେ ମଧ୍ୟ କାର୍ଯ୍ୟ କରିଥିଲେ, ହେଲେ ଦୁର୍ଭାଗ୍ୟ ବସତଃ ତାଙ୍କ ସିକ୍ୱେଲ ଗୁଡ଼ିକ କାଟି ଦିଆଯାଇଥିଲା । ମୁସ୍ତାକ ମଧୁମେୟରେ ଅସୁସ୍ଥ ହୋଇ ୧୬ ବର୍ଷ ପୂର୍ବରୁ ଆକ୍ଟିଙ୍ଗ କରିବା ଛାଡ଼ି ଦେଇଥିଲେ ।

Comments are closed.