ମୁଜାଫରନଗର: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏବଂ ତାଙ୍କ ପରିବାର ୧୪ ଦିନିଆ କ୍ୱାରେଣ୍ଟାଇନରେ ଅଛନ୍ତି । ସେମାନେ ମୁମ୍ବାଇରୁ ସେମାନଙ୍କ ପୈତୃକ ଘରୁ ଯାତ୍ରା କରି ଫେରିବା ପରେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୱାଜ ତାଙ୍କ ପରିବାର ସହିତ ଇଦ୍ ପାଳନ କରିବା ପାଇଁ ମେ ୧୧ରେ ମୁମ୍ବାଇ ସ୍ଥିତ ତାଙ୍କ ଘରକୁ ଯାଇଥିଲେ।
ତାଙ୍କ ସହ ତାଙ୍କ ମା, ଭାଇ ଏବଂ ପତ୍ନୀ ମଧ୍ୟ ଯୋଗ ଦେଇଥିଲେ। ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ପରିବାର ସହ ନୱାଜୁଦ୍ଦିନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗଣମାଧ୍ୟମକୁ ସୂଚନା ଦେଇ ନୱାଜୁଦ୍ଦିନ କହିଛନ୍ତି ଯେ ତାଙ୍କ ଯାତ୍ରା ସମୟରେ ତାଙ୍କୁ ସ୍କ୍ରିନ କରାଯାଇଥିଲା। ଡାକ୍ତର ନୱାଜୁଦ୍ଦିନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସ୍ୱାବ ନମୁନା ମଧ୍ୟ ସଂଗ୍ରହ କରିଥିଲେ। ଯାହା ପରେ ନେଗେଟିଭ ଆସିଥିବା ସେ କହିଛନ୍ତି ।
Comments are closed.