Latest Odisha News

BREAKING NEWS

ବଲିଉଡ୍ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ: ଲୋକପ୍ରିୟ ବଲିଉଡ୍ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭାଇ ବିଜେନ୍ଦ୍ର ନାଥ ତିୱାରୀଙ୍କୁ ବିହାରରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଆହତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ପାଟନାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁରୁଣା ବିବାଦକୁ ନେଇ କେହି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଫଳରେ ବିଜେନ୍ଦ୍ର ନାଥ ତିୱାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ପରେ ଉନ୍ନତ ଚିକିତ୍ସା ପାଇଁ ପାଟନା ପଠାଯାଇଥିଲା। ସେ ବର୍ତ୍ତମାନ ବିଶେଷଜ୍ଞ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସାଧୀନ ଅଛନ୍ତି।  ପୋଲିସ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢାଉ ଆରମ୍ଭ କରିଛି।

ଆକ୍ରମଣ ମାଧୋପୁର ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ବେଲସଣ୍ଡ ଗାଁରେ ହୋଇଥିଲା। ରିପୋର୍ଟ ଅନୁଯାୟୀ ଆକ୍ରମଣକାରୀମାନେ “ପୂର୍ବ ଶତ୍ରୁତା” ଯୋଗୁଁ ତାଙ୍କୁ ଟାର୍ଗେଟ କରିଥିଲେ। ଅନ୍ୟପକ୍ଷରେ ଆକ୍ରମଣ ପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ପୋଲିସ ଦଳ ଗଠନ କରାଯାଇଛି।

 

 

Comments are closed.