Latest Odisha News

BREAKING NEWS

ପରଲୋକରେ ଅଭିନେତା ପିଣ୍ଟୁ ନନ୍ଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପରୋଲକରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ। ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା। ଅଭିନେତା ଶ୍ରୀତମ ଦାସ ପିଣ୍ଟୁଙ୍କ ମୃତ୍ୟୁ ବାବଦରେ ସୋଶିଆଲ ମିଡିଆରେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଦୀର୍ଘ ଦିନ ଧରି ପିଣ୍ଟୁ ନନ୍ଦ ଲିଭର ସୋରିଆସିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା।  ତେଣୁ ସେ ପ୍ରଥମେ ଦିଲ୍ଲୀ ପରେ ହାଇଦ୍ରାବାଦ ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଥିଲେ। ଅପରେସନ ପାଇଁ ଆବଶ୍ୟକ ଟଙ୍କା ବହୁତ ଅଧିକ ଥିଲା। ଏଥିପାଇଁ କ୍ରାଉଡ ଫଣ୍ଡିଂ ମଧ୍ୟ କରାଯାଉଥିଲା। ହେଲେ ଅପରେସନ ପୂର୍ବରୁ ସେ ବିଳମ୍ବିତ ରାତିରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ପିଣ୍ଟୁ ନନ୍ଦ ଉଭୟ ସିନେମା ଏବଂ ଟେଲି ଦୁନିଆରେ ଜଣେ ଚର୍ଚ୍ଚିତ କଳାକାର ଥିଲେ। ବିଭିନ୍ନ ସିନେମା ଏବଂ ଧାରାବାହିକରେ ନିଜର ନିଖୁଣ ଅଭିନୟ ପାଇଁ ଘରେ ଘରେ ନିଜର ନାଁକୁ ପରିଚୟ କରାଇ ପାରିଥିଲେ ୧୯୭୮ ମସିହାରେ ଜନ୍ମିତ ଏହି କଳାକାର।

ସେ ୧୭ ବର୍ଷ ବୟସରୁ ଅଭିନୟ ଦୁନିଆରେ ପାଦ ଥାପିଥିଲେ। ୧୮ ବର୍ଷ ବୟସରେ ୧୯୯୬ ମସିହାରେ ପ୍ରଥମ ଥର ପାଇଁ ‘କୋଇଲି’ ଫିଲ୍ମରେ ଡେବ୍ୟୁ କରିଥିଲେ। ରଙ୍ଗ ନମ୍ବର (୨୦୦୨), ପ୍ରେମ ରୁତୁ ଆସିଲାରେ (୨୦୦୬), ଦୋସ୍ତି (୨୦୧୧), ହାତ ଧରି ଚାଲୁଥା (୨୦୧୩) ଆଦି ଅନେକ ଫିଲ୍ମ ତାଙ୍କୁ ଲୋକପ୍ରିୟତାରେ ଶୀର୍ଷରେ ପହଞ୍ଚାଇଥିଲା।

 

Comments are closed.