Latest Odisha News

ଦିନେ ବଲିଉଡ୍‌ର ଡ୍ରିମ୍‌ଗାର୍ଲଙ୍କ ପ୍ରେମରେ ପଡ଼ିଥିଲେ ଅଭିନେତା ସଂଜୀବ କୁମାର

ନୂଆଦିଲ୍ଲୀ: ଦର୍ଶକଙ୍କୁ ଜୀବନ୍ତ ଅଭିନୟ ସ୍ପର୍ଶ ଦେଉଥିବା ଅଭିନେତା ଥିଲେ ସଞ୍ଜୀବ କୁମାର। ସେ ୯ ଜୁଲାଇ ୧୯୩୮ରେ ଗୁଜୁରାଟର ସୁରଟରେ ଜନ୍ମଗ୍ରହଣ କରିଥିଲେ। ବୃତ୍ତିଗତ ଜୀବନରେ ସେ ଅନେକ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ଅଭିନୀତ ଅନେକ ଚଳଚ୍ଚିତ୍ର ସଫଳ ମଧ୍ୟ ହୋଇଛି। ସେ ସାଧାରଣ ଜୀବନରେ ବେଶ୍‌ ସରଳ ସ୍ୱଭାବର ବ୍ୟକ୍ତି ଥିଲେ।

ଲକ୍ଷ ଲକ୍ଷ ପ୍ରଶଂସକ ଥିଲେ ସୁଦ୍ଧା ସଞ୍ଜୀବ କୁମାରଙ୍କ ଜୀବନରେ ସବୁବେଳେ ଏକ ଶୂନ୍ୟସ୍ଥାନ ରହିଥିଲା। ତାଙ୍କର ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ସେ ବିବାହ ମଧ୍ୟ କରିନଥିଲେ।  ସଞ୍ଜୀବ କୁମାର ବଲିଉଡର ଡ୍ରିମ୍ ଗାର୍ଲ ହେମା ମାଲିନୀଙ୍କ ଭଲ ପ୍ରେମରେ ପଡ଼ିଯାଇଥିଲେ। ଏମିତିକି ସେ ହେମାଙ୍କୁ ପ୍ରେମ ପ୍ରସ୍ତାବ ମଧ୍ୟ ଦେଇଥିଲେ। କିନ୍ତୁ ହେମା ମାଳିନୀ ତାଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରିଥିଲେ। ସଂଜୀବ ତାଙ୍କ ଏକତରଫା ପ୍ରେମ ବଳରେ ଏକାକୀ ତାଙ୍କ ସମ୍ପୂର୍ଣ୍ଣ ଜୀବନକୁ ପ୍ରେମରେ ବିତାଇ ଦେଇଥିଲେ।

କାର୍ଯ୍ୟକ୍ଷେତ୍ରରେ ସଞ୍ଜୀବ ବଲିଉଡର ଅନେକ ଶ୍ରେଷ୍ଠ ଚଳଚ୍ଚିତ୍ରର ଅଂଶ ଥିଲେ। ସେ ‘ହମ୍‌ ହିନ୍ଦୁସ୍ତାନୀ’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍‌ରେ ପାଦ ରଖିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କର ଏକ ଛୋଟ ଭୂମିକା ଥିଲା।  ସେ ‘ନିଶାନ୍‌’ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

ସଞ୍ଜୀବଙ୍କର ୪୭ ବର୍ଷ ବୟସରେ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ନଭେମ୍ବର ୬ ତାରିଖରେ ସେ ଦୁନିଆରୁ ବିଦାୟ ନେଇଥିଲେ।

Comments are closed.