Latest Odisha News

BREAKING NEWS

ପରଲୋକରେ ଜଣାଶୁଣା ଅଭିନେତା ଶିବ ଶୁବ୍ରମଣ୍ୟମ୍

ଶେଷଥର ପାଇଁ ଏହି ଅଭିନେତା ଶିବ ଶୁବ୍ରମଣ୍ୟମଙ୍କୁ ଫିଲ୍ମ ମିନାକ୍ଷୀ ସୁନ୍ଦରେଶ୍ୱରରେ ଦେଖିବାକୁ ମିଳିଥିଲା

ଭୁବନେଶ୍ୱର: ଚଳଚ୍ଚିତ୍ର ଦୁନିଆରୁ ଆସିଲା ଦୁଃଖଦ ଖବର । ଆଉ ନାହାନ୍ତି ଜଣାଶୁଣା ଅଭିନେତା ତଥା ସ୍କ୍ରିନ୍ ରାଇଟର୍ ଶିବ ଶୁବ୍ରମଣ୍ୟମ୍ । ବିଭିନ୍ନ ଭାଷାରେ ନିର୍ମିତ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତାଙ୍କ ମୃତ୍ୟୁ ଖବର ମନୋରଂଜନ ଦୁନିଆରେ ଶୋକ ଖେଳାଇଦେଇଛି ।

ବଲିଉଡରେ ଅନେକ ଫିଲ୍ମରେ ଅଭିନୟ କରିଥିବା ଶୁବ୍ରମଣ୍ୟମ୍ ଫିଲ୍ମ ୨ ଷ୍ଟେଟସ୍‌ରେ ଆଲିଆ ଭଟ୍ଟଙ୍କ ବାପା ଭୂମିକାରେ ନଜର ଆସିଥିଲେ । ସେହିଭଳି କମିନେ, ହିଚ୍‌କି, ରକି ହ୍ୟାଣ୍ଡସମ୍ ଓ ଷ୍ଟେନ୍‌ଲି କା ଡବ୍‌ବା ଭଳି ବଲିଉଡ ଫିଲ୍ମରେ ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।

ଶେଷଥର ପାଇଁ ଏହି ଅଭିନେତାଙ୍କୁ ନେଟ୍‌ଫ୍ଲିକ୍ସ ଫିଲ୍ମ ମିନାକ୍ଷୀ ସୁନ୍ଦରେଶ୍ୱରରେ ଦେଖିବାକୁ ମିଳିଥିଲା । ତେବେ ଅଭିନୟକୁ ବାଦ୍ ଦେଲେ ପରିନ୍ଦା ଓ ହଜାରୋଁ ଖ୍ୱାଇସେଁ ଐସି ଭଳି ଫିଲ୍ମରେ ସେ ସ୍କ୍ରିନ୍ ପ୍ଲେ ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲେ ।

ଆଜି ମୁମ୍ବାଇ ଅନ୍ଧେରୀ ସ୍ଥିତ ମୋକ୍ଷଧାମ ହିନ୍ଦୁ ମଶାଣୀ ଭୂମିରେ ତାଙ୍କ ଶେଷକୃତ୍ୱ ସରିଛି । ଏହି ଅବସରରେ ଶିବ ଶୁବ୍ରମଣ୍ୟମଙ୍କ ପରିବାର ଲୋକେ ତଥା ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ଅନ୍ୟପଟେ ବଲିଉଡର ଅନେକ ଜଣାଶୁଣା ବ୍ୟକ୍ତିତ୍ୱ ଶୁବ୍ରମଣ୍ୟମଙ୍କ ଦେହାନ୍ତରେ ଦୁଃଖିତ ହୋଇପଡିଛନ୍ତି ।

Leave A Reply

Your email address will not be published.