Latest Odisha News

BREAKING NEWS

ସେଲିବ୍ରିଟି କରଦାତା: ଟପ୍‌ରେ କିଙ୍ଗ ଖାନ  

ସେଲିବ୍ରିଟି କରଦାତା : ଟପ୍‌ରେ କିଙ୍ଗ ଖାନ

ଦେଶର ସେଲିବ୍ରିଟିମାନଙ୍କ ମଧ୍ୟରୁ କିଏ କେତେ ଆୟକର ଦେଉଛି? କିଏ ରହିଛି ଆଗରେ? କେତେ ଆୟକର ଦେଇଛନ୍ତି? ଫର୍ଚ୍ୟୁନ ଇଣ୍ଡିଆ ପକ୍ଷରୁ ଜାରି ସେଲିବ୍ରିିଟି ଆୟକର ତାଲିକାରେ ରହିଛି ଏସବୁ ପ୍ରଶ୍ନର ଉତ୍ତର । ତାଲିକାରେ ସିନେମା ଜଗତ ଓ ଭାରତୀୟ କ୍ରିକେଟ୍‌ର ନାମୀଦାମୀ ତାରକାମାନେ ରହିଛନ୍ତି । ଏହି ସେଲିବ୍ରିଟିମାନଙ୍କର ଆୟକର ଦେଖି ସେମାନଙ୍କର ଆୟ ଓ ସଂପତ୍ତିର ଅନୁମାନ କରିହେବ ।

କିଙ୍ଗ୍ ଖାନ ସବୁଠୁ ଆଗରେ

ଫର୍ଚ୍ୟୁନ ଇଣ୍ଡିଆ ନୂଆ ତାଲିକା ଅନୁସାରେ ଦେଶରେ ସବୁଠୁ ଅଧିକ ଆଡଭାନ୍ସଡ୍ ଟ୍ୟାକ୍ସ ଦେଉଥିବା ସେଲିବ୍ରିଟିଙ୍କ ସୂଚୀରେ ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତା ଶାହରୁଖ୍ ଖାନ , ଯିଏ କି ୨୦୨୩-୨୦୨୪ ଆର୍ଥକ ବର୍ଷରେ ମୋଟ ୯୨ କୋଟି ଟଙ୍କା ଆୟକର ଦେଇଛନ୍ତି । କିଙ୍ଗ୍ ଖାନଙ୍କ ପଛରେ ଅଛନ୍ତି ତାମିଲ ଫିଲ୍ମ ସୁପରଷ୍ଟାର ବିଜୟ । ଥଲପତି ଭାବେ ଲୋକପ୍ରିୟ ବିଜୟ ୮୦ କୋଟି ଟଙ୍କା ଆୟକର ଦେଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଅଧିକ ଆୟକର ଦେଉଥିବା ଅଭିନେତାଙ୍କ ତାଲିକାରେ ସଲମନ ଖାନ ତୃତୀୟ ଓ ଅମିତାଭ ବଚ୍ଚନ ଚତୁର୍ଥ ସ୍ଥାନରେ ଅଛନ୍ତି । ୨୦୨୪ ଆର୍ଥିକ ବର୍ଷରେ ସଲମାନ ଖାନ ୭୫ କୋଟି ଓ ଅମିତାଭ ବଚ୍ଚନ ୭୧ କୋଟି ଟଙ୍କା ଆୟକର ଦେଇଛନ୍ତି । ୪୨ କୋଟି କର ସହ ପଂଚମ ସ୍ଥାନରେ ଅଛନ୍ତି ଅଜୟ ଦେବଗନ । ଅଭିନେତ୍ରୀଙ୍କ ମଧ୍ୟରେ କରିନା କପୁର ୨୦୨୩-୨୦୨୪ ଆର୍ଥିକ ବର୍ଷରେ ସର୍ବାଧିକ ୨୦ କୋଟି ଟଙ୍କା ଆଡଭାନ୍ସଡ ଟ୍ୟାକ୍ସ ଦେଇଛନ୍ତି । ଅଧିକ ଆୟକର ଦେବାରେ କରିନାଙ୍କ ପଛକୁ ଅଛନ୍ତି ଆଲିଆ ଭଟ୍ଟ । ଆଲିଆ ଟ୍ୟାକ୍ସ ବାବଦ ୧୨ କୋଟି ଭରି ଥିବା ବେଳେ କାଟ୍ରିନା କୈଫ ୧୧ କୋଟି ଟଙ୍କା ଆଡଭାନ୍ସଡ ଟ୍ୟାକ୍ସ ଦେଇଛନ୍ତି ।

 

କ୍ରିକେଟରଙ୍କ ମଧ୍ୟରେ କିଙ୍ଗ୍ କୋହଲୀ ଆଗୁଆ

ସବୁଠୁ ଅଧିକ କର ପୈଠ କରୁଥିବା କ୍ରିକେଟରଙ୍କ ତାଲିକାର ଶୀର୍ଷରେ ଅଛନ୍ତି ବିରାଟ କୋହଲୀ । ୨୦୨୩-୨୦୨୪ ଆର୍ଥିକ ବର୍ଷରେ କୋହଲୀ ୬୬ କୋଟି ଟଙ୍କା ଆଡଭାନ୍ସଡ ଟ୍ୟାକ୍ସ ଦେଇଛନ୍ତି । ରିପୋର୍ଟ ଅନୁସାରେ ବିରାଟ କୋହଲୀ ମୋଟ ନେଟ୍ ୱର୍ଥ ହେଉଛି ୧ ହଜାର ୧୮ କୋଟି । କ୍ରିକେଟ ସମେତ ଇନଭେଷ୍ଟମେଂଟ୍ ଓ ସୋସିଆଲ ମିିଡିଆର ପ୍ରଚୁର ଆୟ କରନ୍ତି ଟିମ୍ ଇଣ୍ଡିଆ ରନ୍ ମେସିନ୍ । କୋହଲୀଙ୍କ ପରେ ସବୁଠୁ ଅଧିକ କର ପୈଠ କରୁଥିବା କ୍ରିକେଟରଙ୍କ ତାଲିକାରେ ଅଛନ୍ତି ମହେନ୍ଦ୍ର ସିଂହ ଧୋନି । ଧୋନି ଗତ ଆର୍ଥିକ ବର୍ଷରେ ମୋଟ ୩୮ କୋଟି ଟଙ୍କା ଆଡଭାନ୍ସଡ ଟ୍ୟାକ୍ସ ଭରିଛନ୍ତି । ଧୋନିଙ୍କ ନେଟ୍ ୱର୍ଥ ମଧ୍ୟ ୧୦୦୦ କୋଟିରୁ ଅଧିକ ବୋଲି କୁହାଯାଉଛି । ତୃତୀୟ ସ୍ଥାନରେ ଅଛନ୍ତି ସଚିନ ତେନ୍ଦୁଲକର । ୨୦୨୩-୨୪ରେ ୨୮ କୋଟି ଟଙ୍କା ଟ୍ୟାକ୍ସ ଭରିଥିଲେ ସଚିନ । ସଚିନଙ୍କ ନେଟ୍ ୱର୍ଥ ଆନୁମାନିକ ୧୪ ଶହ କୋଟିରୁ ଅଧିକ ହେବ ।

ଫର୍ଚ୍ୟୁନ ତାଲିକାରେ ଗାଙ୍ଗୁଲୀ, ପାଣ୍ଡ୍ୟା ଓ ପନ୍ତ

ଫର୍ଚ୍ୟୁନ ଇଣ୍ଡିଆ ସେଲିବ୍ରିଟି କରଦାତାଙ୍କ ତାଲିକାରେ ଅନ୍ୟ କ୍ରିକେଟର ଓ ପୂର୍ବତନ କ୍ରିକେଟରଙ୍କ ନାଁ ମଧ୍ୟ ରହିଛି । ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଗତ ଆର୍ଥିକ ବର୍ଷରେ ୨୩ କୋଟି, ହାର୍ଦ୍ଦିକ ପାଣ୍ଡ୍ୟା ୧୩ କୋଟି ଓ ଋଷଭ ପନ୍ତ ୧୦ କୋଟି ଟଙ୍କା ଆଡଭାନ୍ସଡ ଟ୍ୟାକ୍ସ ଦେଇଛନ୍ତି ।

Comments are closed.