Latest Odisha News

BREAKING NEWS

ପୁରୀ ମହୋଦଧୀରେ ବାପାଙ୍କ ଅସ୍ଥି ବିସର୍ଜନ କଲେ ଅଭିନେତା ବାବୁସାନ୍‌

ପୁରୀ: ଦିବଙ୍ଗତ ଓଲିଉଡ଼ ଅଭିନେତା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଅ ତଥା ଅଭିନେତା ବାବୁସାନ୍‌ ମହାନ୍ତି । ଆଜି ପୁରୀ ମହୋଦଧୀରେ ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି । ପତ୍ନୀ ତୃପ୍ତିଙ୍କ ସହ ସ୍ୱର୍ଗଦ୍ୱାର ନିକଟ ସାଗର ବିଜେ ଘାଟରେ ଯଥା ବିଧି ଓ ରୀତି ହିସାବରେ ସେ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କରିଛନ୍ତି ।

ଏହା ସହ ଲଣ୍ଡା ହୋଇଛନ୍ତି ପୁଅ ବାବୁସାନ । ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ଏକ ବର୍ଷ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଯାଇ ହେବ ନାହିଁ । ଏଣୁ ମହୋଦଧି ତଟରୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି ବୋଲି ବାବୁସାନ୍ କହିଛନ୍ତି ।

ତେବେ ବାପାଙ୍କ ମୃତ୍ୟୁ ପରେ ଲଣ୍ଡା ହୋଇନଥିବାରୁ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା । ହେଲେ ସେ ‘ବୋଉ ବୁଟୁ ଭୂତ’ ଫିଲ୍ମର ସୁଟିଂ ପାଇଁ ଲଣ୍ଡା ହୋଇନଥିଲେ ବୋଲି କହିଥିଲେ । ଶେଷରେ ସୁଟିଂ ପରେ ଲଣ୍ଡା ହେବାକୁ ନେଇ ପ୍ରତିକ୍ରିୟାରେ କହିଥିଲେ ବାବୁସାନ୍ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ୨୭ ତାରିଖରେ ବାବୁସାନଙ୍କ ବାପା ତଥା ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କର ପରଲୋକ ଘଟିଥିଲା । ଦିଲ୍ଲୀ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସବୁଦିନ ପାଇଁ ଆଖି ବୁଜିଥିଲେ ଓଲିଉଡର ଏହି ବରିଷ୍ଠ ଅଭିନେତା ।

Comments are closed.