Latest Odisha News

BREAKING NEWS

ଭେଟେରାନ୍‌ ଅଭିନେତା ୟୁସୁଫ୍‌ ହୁସେନ୍‌ଙ୍କ ପରଲୋକ

ମୁମ୍ବାଇ: ଭେଟେରାନ ଅଭିନେତା ୟୁସୁଫ ହୁସେନ୍‌ଙ୍କ ଦେହାନ୍ତ ହୋଇଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ହନସଲ ମେହେଟ୍ଟା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଲେଖି ଏହି ସୂଚନା ଦେଇଛନ୍ତି। ହନସଲ ତାଙ୍କ ଟ୍ୱିଟ୍‌ରେ କହିଛନ୍ତି ଯେ ଆଜି ସେ ଅନୁଭବ କରୁଛନ୍ତି ଯେ ସେ ଅନାଥ ହୋଇଯାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂଜା ଭଟ୍ଟ, ରିମା କାଗ୍‌ତି, ନିଖିଲ ଆଡଭାନୀ ତାଙ୍କ ଟ୍ୱିଟକୁ ସମବେଦନା ଜଣାଇଛନ୍ତି।

“ଧୁମ୍ ୨”, “ରଇସ୍” ଏବଂ “ରୋଡ୍ ଟୁ ସଙ୍ଗମ୍” ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଭେଟେରାନ୍ ଅଭିନେତା ୟୁସୁଫ୍ ହୁସେନ୍‌ଙ୍କ କରୋନା ଦେହାନ୍ତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ  ୭୩ ବର୍ଷ ହୋଇଥିଲା।

ଲିଲାବତୀ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Comments are closed.