Latest Odisha News

BREAKING NEWS

ଫିଲ୍ମର ପ୍ରଚାର ବେଳେ ଅସୁସ୍ଥ ହୋଇପଡ଼ିଲେ ଅଦା, ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ଫିଲ୍ମର ପ୍ରଚାର ବେଳେ ଅସୁସ୍ଥ ହୋଇପଡ଼ିଛନ୍ତି ବଲିଉଡ଼ ଅଭିନେତ୍ରୀ ଅଦା ଶର୍ମା । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଏକ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖାଦ୍ୟ ଆଲର୍ଜି ଏବଂ ଡାଇରିଆ ହେତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଥିବା ଜାଣିବାକୁ ମିଳିଛି । ଏହି ଖବର ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ସୁସ୍ଥ ହେବା ନେଇ କାମନା କରିଛନ୍ତି ।

ଫିଲ୍ମ ‘ଦି କେରଳ ଷ୍ଟୋରୀ’ ରିଲିଜ୍ ପରେ ଅଦାଙ୍କ ଲୋକପ୍ରିୟତା ବଢ଼ି ଯାଇଛି । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ଏହି ଫିଲ୍ମଟି ବିରୋଧ ସ୍ୱତ୍ତ୍ୱେ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ବୁଧବାର ଅଦା ତାଙ୍କର ଆଗାମୀ ଫିଲ୍ମର ପ୍ରଚାର କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଖାଦ୍ୟ ଆଲର୍ଜି ଏବଂ ଡାଇରିଆ ହେତୁ ଅଦାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇବା ଜଣାଯାଇଛି । ଏହି ଖବର ପାଇବା ପରେ ଅଦାଙ୍କ ପ୍ରଶଂସକମାନେ ଚିନ୍ତିତ ହେବା ସହ ଶୀଘ୍ର ସୁସ୍ଥ ହେବା ନେଇ କାମନା କରିଛନ୍ତି ।

 

Leave A Reply

Your email address will not be published.