Latest Odisha News

ଶୁଦ୍ଧିକରଣ ହେଲା କାଳ, ବେଙ୍ଗ ବିଷ ପିଇ ଅଭିନେତ୍ରୀ ମୃତ

ମେସ୍କିକୋ: ଶୁଦ୍ଧିକରଣ ହେଲା କାଳ। ଶରୀର ପବିତ୍ର କରିବାକୁ ଆସିଥିଲେ କିନ୍ତୁ ଚାଲିଗଲା ଜୀବନ। ଜଣେ ମେକ୍ସିକାନ୍ ଅଭିନେତ୍ରୀଙ୍କ ସହ ଘଟିଛି ଏଭଳି କିଛି ଘଟଣା।

ମେକ୍ସିକୋର ଜଣାଶୁଣା ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ୩୩ ବର୍ଷୀୟ ମାର୍ସେଲା ଅଲ୍କାଜାର୍ ରୋଡ୍ରିଗୁଏଜ୍। ସେ ପାରମ୍ପାରିକ ଦକ୍ଷିଣ ଆମେରିକୀୟ କମ୍ବୋ ସମାରୋହରେ ଭାଗ ନେଇଥିଲେ। ଏହି ଆଧ୍ୟାତ୍ମିକ ଶୁଦ୍ଧିକରଣ ପ୍ରକ୍ରିୟାରେ ସେ ଆମାଜନିଆ ବେଙ୍ଗର ବିଷ ପିଇଥିଲେ। ଯାହା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ତାଙ୍କୁ ପ୍ରବଳ ଝାଡ଼ା ହେବା ସହ ବାନ୍ତି ମଧ୍ୟ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପାରମ୍ପାରିକ ଭାବରେ ଆଦିବାସୀ ସମ୍ପ୍ରଦାୟ ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ସଫା କରିବା ପାଇଁ ଆମାଜନିଆ ବେଙ୍ଗର ବିଷ ବ୍ୟବହୃତ ହୁଏ। ତେବେ ଏହି ବିଷ ଉପରେ ଅନ୍ୟ ଦେଶରେ ପ୍ରତିବନ୍ଧକ ମଧ୍ଯ ଲଗାଯାଇଛି।

 

Comments are closed.