Latest Odisha News

BREAKING NEWS

ସୁଟିଂ ସେଟରେ ଏଲିନାଙ୍କ ସୁରକ୍ଷା କବଚ…

ଭୁବନେଶ୍ୱର: ଏଲିନା ସାମନ୍ତରାୟ ଓଲିଉଡ ସିନେମାରେ ଏବେ ଜଣେ ଆଗଧାଡ଼ିର ନାୟିକା । ୨୦୧୪ରେ ତରଙ୍ଗ ଚ୍ୟାନେଲ୍ରେ ପ୍ରସାରିତ ରିୟାଲିଟି ଶୋ’ ମାଧ୍ୟମରେ ଏଲିନା ପ୍ରଥମେ ଅଭିନୟ ଜଗତରେ ପାଦ ଥାପିଥିଲେ । ତାଙ୍କ ଦ୍ୱାରା ଅଭିନିତ ପ୍ରଥମ ସିନେମା ହେଉଛି ‘ଇସ୍କ ତୁ ହି ତୁ’ ଏବଂ ଏଥିରେ ସୁପରଷ୍ଟାର୍ ଅରିନ୍ଦମ୍ ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ । ଏହାପରେ ସେ ଅଭିନୟ ଜଗତରେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଛନ୍ତି । ତେବେ ଆପଣ କ’ଣ ଜାଣିଛନ୍ତି, ଆଉଟଡ଼ୋର ସୁଟିଂ ସମୟରେ ଚୁଲବୁଲି ଏଲିନା କିପରି ତାଙ୍କର ନିରାପତ୍ତା ଓ ସୁରକ୍ଷାର ବ୍ୟବସ୍ଥା କରିଛନ୍ତି !

ଏଲିନା ଏଭଳି ଜଣେ ହିରୋଇନ୍ ଯିଏ କି ଖୁବ୍ କମ ଦିନ ମଧ୍ୟରେ ଓଲିଉଡର ଅଧିକାଂଶ ନାମୀ ହିରୋଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ଗତ ୪ ବର୍ଷ ଧରି ଓଡ଼ିଆ ସିନେମା କରି ଆସୁଥିବା ଏଲିନା ଅନେକ ସମୟରେ ଆଉଟଡୋର୍ ସୁଟିଂ ଲାଗି ବିଭିନ୍ନ ଯାଗା ଯାଇଥାଆନ୍ତି ।

ତେବେ ବାହାର ଜାଗାରେ ନିଜର ସୁରକ୍ଷା ପାଇଁ ସେ କିଭଳି ପ୍ରସ୍ତୁତ ଥାଆନ୍ତି ତାହା ପଚାରିବାରୁ ଏଲିନା କହିଛନ୍ତି – “ମୁଁ ବହୁତ ଭାଗ୍ୟବାନ୍ ଯେ ମୁଁ ଓଲିଉଡ୍ରେ ଅଛି । ମୁଁ ଯେତେବେଳେ ଡେରି ରାତି ପର୍ଯ୍ୟନ୍ତ ସୁଟିଂ କରେ ଓ କିଛି ପିଲା ଝିଅଙ୍କୁ ଦେଖି କମେଣ୍ଟ କରନ୍ତି, ସେହି ସମୟରେ ମୋ ଟିମ୍ ସାମ୍ନାକୁ ଆସି ମୋତେ ସପୋର୍ଟ କରିଥାଏ । ଆମ ସୁଟିଂ ସେଟଗୁଡ଼ିକରେ ମହିଳାମାନଙ୍କୁ ସମ୍ମାନ ତଥା ସୁରକ୍ଷା ଦିଆଯାଏ ।”

ଏବେ ଏଲିନା ମଧ୍ୟ ନିଜକୁ ଫିଟ୍ ରଖିବାକୁ ତଥା ପ୍ରତିରକ୍ଷା ଲାଗି ମାର୍ଶାଲ୍ ଆର୍ଟ ଶିଖିବାକୁ ମନସ୍ଥ କରିଛନ୍ତି । ପ୍ରାୟତଃ ସୁଟିଂ ସେଟରେ ସମସ୍ତେ ତାଙ୍କୁ ସହଯୋଗ କରୁଥିବାରୁ ସେ ନିଜକୁ ବାହାର ଯାଗାରେ ବେଶ୍ ସୁରକ୍ଷିତ ମନେ କରିଥାଆନ୍ତି । ସେ ଅନେକ ସମୟରେ କହିଥାନ୍ତି ପ୍ରକୃତରେ ନିଜେ ହିଁ ନିଜର ସବୁଠାରୁ ଭଲ ସୁରକ୍ଷା କବଚ ।

Leave A Reply

Your email address will not be published.