Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କଙ୍ଗନାଙ୍କୁ ମୁମ୍ୱାଇ ପୋଲିସର ନୋଟିସ୍

ମୁମ୍ୱାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ବୟାନ ରେକର୍ଡ କରିବ ମୁମ୍ବାଇ ପୋଲିସ । ତାଙ୍କୁ ନୋଟିସ ପଠାଯାଇଛି । କଙ୍ଗନାଙ୍କ ମୁମ୍ୱାଇ ସ୍ଥିତ ବାସଭବନକୁ ନୋଟିସ୍ ପଠାଇଛି ବାନ୍ଦ୍ରା ପୋଲିସ । ଏନେଇ ସୂଚାନ ଦେଇଛନ୍ତି କଙ୍ଗନାଙ୍କ ଓକିଲ ଇସକରଣ ସିଂ ଭଣ୍ଡାରୀ ।

କରୋନା ଲକଡାଉନ ଯୋଗୁ କଙ୍ଗନା ଏବେ ମନାଲିରେ ନିଜ ପରିବାର ଲୋକଙ୍କ ସହ ରହୁଛନ୍ତି । ତାଙ୍କ ପକ୍ଷରୁ ଓକିଲ ଏନେଇ ମୁମ୍ୱାଇ ପୋଲିସରେ ଜବାବ ରଖିଛନ୍ତି । କଙ୍ଗନା ମନାଲିରେ ରହୁଥିବାରୁ ବ୍ୟକ୍ତିଗତ ଭାବରେ ହାଜର ହେବା ସମ୍ଭବ ନୁହେଁ ।

ହିମାଚଳପ୍ରଦେଶକୁ ଗୋଟିଏ ପୋଲିସ ଟିମ୍ ପଠାଇ କିମ୍ୱା ଭିଡିଓ କନଫେରେନ୍ସିଂରେ କଙ୍ଗନାଙ୍କ ବୟାନ ରେକର୍ଡ କରିବା ପାଇଁ ଅନୁରୋଧ କରିଛନ୍ତି ତାଙ୍କ ଓକିଲ । ସେ ଟ୍ୱିଟ କରି ଲେଖିଛନ୍ତି, ସୁଶାନ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କଙ୍ଗନା ପ୍ରତିଶ୍ରୁତିବଦ୍ଧ । ଏଦିଗରେ ମୁମ୍ୱାଇ ପୋଲିସର ସହଯୋଗ କାମନା କରିଛନ୍ତି ।

ମାର୍ଚ୍ଚ ୧୭ ତାରିଖଠାରୁ ମନାଲିରେ ଅଛନ୍ତି କଙ୍ଗନା ରଣାଓ୍ୱତ । ଗତ ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘର ଭିତରୁ ଉଦ୍ଧାର ହୋଇଥିଲା । ତାଙ୍କ ମୃତ୍ୟୁ ପରେ ବିଭିନ୍ନ ସମୟରେ ବିବାଦୀ ବୟାନ ଦେଇ ଆସିଛନ୍ତି କଙ୍ଗନା । ଏବେ ପୋଲିସ ନିକଟରେ ତାଙ୍କ ବୟାନ ବେଶ ଗୁରୁତ୍ୱ ବି ରଖୁଛି ।

Leave A Reply

Your email address will not be published.