Latest Odisha News

୧୧ ବର୍ଷ ପରେ ସ୍ୱାମୀଙ୍କଠାରୁ ଅଲଗା ହେବେ କନିକା

ବମ୍ବେ:ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ କନିକା ମାହେଶ୍ୱରୀ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଦୀର୍ଘ ୧୧ ବର୍ଷ ପରେ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି । ଏବେ ସେ ଛାଡ଼ପତ୍ର ଦେବେ । କିଛିଦିନ ହେଲା କନିକା ଏବଂ ତାଙ୍କ ସ୍ୱାମୀ ଅଙ୍କୁର ଘାଇଙ୍କ ମଧ୍ୟରେ କୌଣସି କାରଣକୁ ନେଇ ସମସ୍ୟା ଲାଗି ରହିଥିଲା । ଏପରିକି ସେମାନେ ୪ ବର୍ଷ ଧରି ଅଲଗା ରହୁଥିଲେ । ଏବେ ଛାଡ଼ପତ୍ର ଯାଏ କଥା ପହଞ୍ଚିଛି । ୩ ମାସ ପୂର୍ବେ ସେମାନେ ଏଥିଲାଗି ଆବେଦନ କରିଥିବା ବେଳେ ଆସନ୍ତା ବର୍ଷ ଦୁହେଁ ଅଲଗା ହେବେ ବୋଲି ଜଣାପଡ଼ିଛି ।

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ କନିକା ମାହେଶ୍ୱରୀ ‘ଦିୟା ଔର ବାତୀ ହମ୍‌ରେ ମିନାକ୍ଷୀ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ । ଏହି ଧାରାବାହିକ ଯୋଗୁ ସେ ଘରେ ଘରେ ପରିଚିତ ହୋଇପାରିଥିଲେ । ଏଥିସହ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । କନିକା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ବିବାହର ୧୧ ବର୍ଷ ପରେ ସେ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ।

Leave A Reply

Your email address will not be published.