Latest Odisha News

BREAKING NEWS

ଅଭିନେତ୍ରୀ ମୈାସୁମୀ ନାୟକ ଗିରଫ, ଲେଖିକା ଆଣିଥିଲେ ମର୍ଯ୍ୟାଦା ହାନି ଅଭିଯୋଗ

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ତଥା ମଡେଲ୍ ମୈାସୁମୀ ନାୟକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ କମିଶନରେଟ୍ ପୋଲିସ ସୋମବାର ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରିଛି। ଉଭୟ ସମ୍ପର୍କରେ ଗୁରୁ-ଶିକ୍ଷ୍ୟା ଥିଲେ ବୋଲି ବନସ୍ମିତାଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି।

ମର୍ଯ୍ୟାଦା ହାନି କରି ଅଭିନେତ୍ରୀ ଜଣଙ୍କ ସୋଶିଆଲ ମିଡିଆରେ ଲେଖିକାଙ୍କ ବିରୋଧରେ ମିଛ ଅଭିଯୋଗ ଆଣିଥିଲେ ବୋଲି ଅଭିଯୋଗ ରହିଛି। ତେବେ ବିବାଦ ପଛରେ ଉଭୟ ପକ୍ଷଙ୍କ ମଧ୍ୟରେ ୫ ଲକ୍ଷ ୮ ହଜାର ଟଙ୍କାର କାରବାର ବୋଲି ଜଣାପଡିଛି। ଟ୍ରେଡିଂ ପାଇଁ ଅଭିନେତ୍ରୀ ଜଣଙ୍କ ପଇସା ଦେଇଥିଲେ ଲେଖିକାଙ୍କୁ।

ଗତ ଛଅ ମାସ ପୂର୍ବରୁ ଅଭିଯୁକ୍ତ ମୌସୁମୀ ନାୟକ ୫.୦୮ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ ଏବଂ ତା’ପରେ ସେ ସମାନ ପରିମାଣର ଟଙ୍କା ମଧ୍ୟ ଫେରସ୍ତ ନେଇଥିଲେ। ଏହା ପରେ ମଧ୍ୟ ଅଭିଯୁକ୍ତ ଜଣକ ତାଙ୍କଠାରୁ ଅଧିକ ଟଙ୍କା ଲୁଟିବାକୁ ଧମକ ଦେବା ଆରମ୍ଭ କରିଥିଲେ ଏବଂ ଯଦି ଟଙ୍କା ନ ଦିଆଯାଏ ତେବେ ସେ ତାଙ୍କୁ ସର୍ବସମୁଖରେ ବଦନାମ କରିବେ ବୋଲି ଧମକ ଦେଇଥିଲେ । ଘଟଣାର ଅଭିଯୋଗ ପରେ ମାମଲାର ତଦନ୍ତ ସମୟରେ ଅଭିଯୁକ୍ତ ଜଣକ ଆଗକୁ ଏପରି କୌଣସି କାର୍ଯ୍ୟ ନକରିବା ଲାଗି ପ୍ରତିଶୃତି ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଚନ୍ଦକା ଥାନା ଯାଇ ଅଭିଯୋଗକାରିଣୀଙ୍କ ବିରୋଧରେ ଏକ ମିଥ୍ୟା ମାମଲା ରୁଜୁ କରିବା ସହିତ ଗଣମାଧ୍ୟମ ଆଗରେ ତାଙ୍କ ବିରୋଧରେ ଓ ତାଙ୍କ ପରିବାର ବିରୋଧରେ ଟିପଣି ଦେଇଥିଲେ ।

ସେହିଦିନ ଠାରୁ ଅଭିଯୁକ୍ତ ଜଣକ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଜୀବନରୁ ମାରିଦେବା ଲାଗି ଧମକ ଦେବା ଆରମ୍ଭ କରିଥିଲେ । ତାଙ୍କୁ ଏକ ଗାଡି ନିୟମିତ ଭାବେ ପିଛା କରିବା ସହିତ ଧମକ ପୂର୍ଣ୍ଣ ମେସେଜ ସବୁ ତାଙ୍କ ମୋବାଇଲକୁ ଆସୁଥିବା ନେଇ ଅଭିଯୋଗକାରିଣୀ ଜଣକ ଥାନାରେ ଅଭିଯୋଗ କରିଥିଲେ ।

ଅଭିନେତ୍ରୀ ଜଣଙ୍କ ହାଇଦ୍ରାବାଦରୁ ଏକ ସୁଟିଂରୁ ଆସି ଫେରିବାପରେ ଇନଫୋସିଟି ପୋଲିସ ତାଙ୍କୁ ଜେରା କରିଥିଲା। ଏହାପରେ ଅଭିନେତ୍ରୀଙ୍କ ହାତରେ ହାତକଡି ପକାଇଛି। ଏବେ କୋର୍ଟରେ ହାଜର କରାଯାଇଛି ବୋଲି ସୂଚନା ରହିଛି। ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ଵୀକାର କରିଥିବା ପୋଲିସ କହିଛି।

ସୂତ୍ରରୁ ପ୍ରକାଶ ଯେ ଅଭିନେତ୍ରୀଙ୍କ ବିରୋଧରେ ଦଫା ୩୮୫, ୨୯୪, ୫୦୬ ଏବଂ ଆଇପିସିର ଅନ୍ୟାନ୍ୟ ପ୍ରାସଙ୍ଗିକ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି।

Comments are closed.